ଶକ୍ତିଶାଳୀ ଭୂକମ୍ପରେ ଥରିଲା ଅଲାସ୍କା ଦ୍ଵୀପ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୩ , ସୁନାମୀ ଚେତାବନୀ ଜାରି

Published By : Prameya-News7 Bureau | July 17, 2025 IST

ନୂଆଦିଲ୍ଲୀ ୧୭।୦୭; ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା ଲଗାତାର ଅନୁଭୂତ ହେଉଛି। ଅନେକ ସ୍ଥାନରେ ଭୂମିକମ୍ପ ଯୋଗୁଁ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହି ଭୂମିକମ୍ପ ଘଟଣା ସାଧାରଣ ଲୋକଙ୍କ ମନରେ ଭୟ ଭରି ଦେଇଛି। ହେଲେ ଏହାରି ମଧ୍ୟରେ ଏବେ ଆମେରିକାର ଅଲାସ୍କା ଦୀପ୍ଵରେ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି। ଭୂମିକମ୍ପ ପରେ, ଏହି ଅଞ୍ଚଳର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି।

ଭୂମିକମ୍ପର ତୀବ୍ରତା କେତେ ଥିଲା?

ଆମେରିକାର ଅଲାସ୍କା ରାଜ୍ୟରେ ଭୂମିକମ୍ପ ଭାରତୀୟ ସମୟ ଅନୁସାରେ ୧୭ ଜୁଲାଇ ଗୁରୁବାର ଦିନ ୨:୦୭ ରେ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୩ ମାପ କରାଯାଇଥିଲା। ଯାହାକୁ ଏକ ଅତ୍ୟନ୍ତ ଶକ୍ତିଶାଳୀ ଭୂମିକମ୍ପ ବୋଲି ବିବେଚନା କରାଯାଏ। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଅଲାସ୍କା ଉପଦ୍ୱୀପର ୩୬ କିଲୋମିଟର ଭିତରେ ଥିଲା।

ସୁନାମି ଚେତାବନୀ ଜାରି କରାଯାଇଛି

ଆମେରିକୀୟ ବୈଜ୍ଞାନିକଙ୍କ ଅନୁଯାୟୀ, ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୧୨:୩୦ ପରେ ଅଲାସ୍କା ଉପଦ୍ୱୀପର ମଧ୍ୟଭାଗରେ ପୋପଫ୍ ଦ୍ୱୀପର ସ୍ୟାଣ୍ଡ ପଏଣ୍ଟ ନିକଟରେ ଏହି ଭୂମିକମ୍ପ ଘଟିଥିଲା। ୭.୩ ତୀବ୍ରତାର ଭୂମିକମ୍ପ ପରେ, ଉପକୂଳ ଅଲାସ୍କାର କିଛି ଅଂଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.