ଜିତେନ୍ଦ୍ର-ତୁଷାର କପୁରଙ୍କ ମେଗା ରିଅଲ ଇଷ୍ଟେଟ୍ ଡିଲ୍, ଜାପାନ ଫାର୍ମକୁ ୫୫୯ କୋଟି ଟଙ୍କାରେ ବିକ୍ରି କଲେ ମୁମ୍ବାଇର ସମ୍ପତ୍ତି

NEWS7
earthquake-jolts-in-telangana

ନୂଆଦିଲ୍ଲୀ ୧୪।୦୧; ବଲିଉଡ ଅଭିନେତା ଜିତେନ୍ଦ୍ର ଓ ପୁଅ ତୁଷାର କପୁର। ଦୁହେଁ ବର୍ତ୍ତମାନ ମୁମ୍ବାଇ ଚାନ୍ଦିବଲି ଅଞ୍ଚଳରେ ଥିବା ପ୍ରମୁଖ ବାଣିଜ୍ୟିକ ସମ୍ପତ୍ତି ଚୁକ୍ତି କରିଛନ୍ତି । ବଡ଼ ବ୍ୟବସାୟିକ ସମ୍ପତ୍ତିକୁ ଜାପାନର ଏନଟିଟି ଗ୍ରୁପ୍ର ଏକ ଶାଖା କମ୍ପାନିକୁ ୫୫୯.୨୪ କୋଟି ଟଙ୍କାରେ ବିକ୍ରି କରି ଚଳିତ ବର୍ଷର ସବୁଠୁ ବଡ଼ ରିୟଲ ଇଷ୍ଟେଟ କାରବାର କରିଛନ୍ତି ।

ତୁଷାର ଇନଫ୍ରା ଡେଭଲର୍ପସ ପ୍ରାଇଭେଟ ଲିମିଟେଡ ଓ ଜିତେନ୍ଦ୍ରଙ୍କ କମ୍ପାନି‘ପେଥିୟନ ବିଲ୍ଡକନ ପ୍ରାଇଭେଟ ଲିମିଟେଡ’ ବାଲାଜୀ ଆଇଟି ପାର୍କରେ ୩୦,୧୯୫ ବର୍ଗ ମିଟର ସ୍ଥାନ ଏନଟିଟି ଗ୍ଲୋବାଲ ଡାଟା ସେଣ୍ଟରକୁ ୫୫୯.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି ।ଏହି ବିଲ୍ଡିଂ ତଳ ମହଲା ସହିତ ଦଶ ମହଲା କୋଠା ରହିଛି । ଜାନୁଆରୀ ୯ରେ ଏଥିପାଇଁ ରେଜିଷ୍ଟ୍ରେସନ କରାଯାଇଥିଲା ।

ମେ’ ୨୦୨୫ରେ ଜିତେନ୍ଦ୍ର ଓ ତାଙ୍କ ପରିବାର ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ଜମିର ବଡ଼ ଅଂଶ ୮୫୫ କୋଟି ଟଙ୍କାରରେ ଏନ୍ଟିଟି ଗ୍ଲୋବାଲ ଡାଟା ସେଣ୍ଟରକୁ ବିକ୍ରି କରିଥିଲେ, ଯାହାକି ଗତବର୍ଷର ସବୁଠୁ ମହଙ୍ଗା ଜମି ବିକ୍ରି ମଧ୍ୟରେ ରହିଥିଲା ।ଚାନ୍ଦବଲି ହେଉଛି କେନ୍ଦ୍ରୀୟ ମୁମ୍ବାଇର ଏକ ଉଦୀୟମାନ ଆବାସିକ-ବାଣିଜ୍ୟିକ ମାଇକ୍ରୋ-ମାର୍କେଟ୍। ଯାହା ଏହାର ରଣନୈତିକ ସ୍ଥାନ ଏବଂ ଉନ୍ନତ ଭିତ୍ତିଭୂମି ପାଇଁ ଜଣାଶୁଣା। ପୱାଇ, ଅନ୍ଧେରୀ ପୂର୍ବ ଏବଂ ସାକି ନାକା ଭଳି ପ୍ରତିଷ୍ଠିତ ବ୍ୟବସାୟ ଜିଲ୍ଲା ମଧ୍ୟରେ ଅବସ୍ଥିତ।