ନୂଆଦିଲ୍ଲୀ ୦୯।୦୮: ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ ମଣ୍ଡି। ଶୁକ୍ରବାର ସକାଳେ ଭୂକମ୍ପ କମ୍ପନ ରେକର୍ଡ କରାଯାଇଛି। ସକାଳ ୯.୫୩ରେ ଏହି ଭୂକମ୍ପ ଘଟିଛି। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୩ ବୋଲି ଆକଳନ କରାଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମି ଠାରୁ ପାଞ୍ଚ କିଲୋମିଟର ତଳେ ମାପ କରାଯାଇଥିଲା। ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ଖବର ହୋଇନାହିଁ।
ଭୌଗୋଳିକ ଦୃଷ୍ଟିରୁ ହିମାଚଳ ପ୍ରଦେଶ ଭୂସ୍ଖଳନ ଜୋନରେ ଚାରି ଓ ପାଞ୍ଚରେ ଆସେ । ଭୂକମ୍ପ ଦୃଷ୍ଟିରୁ ମଣ୍ଡି, ଚାମ୍ବା, କାଙ୍ଗ୍ରା, ଲାହଲ୍ ଏବଂ କୁଲୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଅନ୍ତର୍ଭୁକ୍ତ।