ନୂଆଦିଲ୍ଲୀ ୨୨।୦୭: ଦ୍ରୁତ ଗତିରେ ଘୂରୁଛି ପୃଥିବୀ । ୨୨ ଜୁଲାଇ ଅର୍ଥାତ୍ ମଙ୍ଗଳବାର ହେବ ସବୁଠାରୁ ଛୋଟ ଦିନ । କାରଣ ପୃଥିବୀ ସାଧାରଣ ସମୟ ଅପେକ୍ଷା କମ୍ ସମୟରେ ଶେଷ କରିବ ନିଜର ଘୂର୍ଣ୍ଣନ । ଯେଉଁଥିପାଇଁ ଆଜି ହେବ ଦିନର ସବୁଠାରୁ ଛୋଟ ଦିନ ।
ବୈଜ୍ଞାନିକଙ୍କ ଅନୁଯାୟୀ ୨୨ ଜୁଲାଇ ଅର୍ଥାତ୍ ଆଜି ଦିନ ଛୋଟ ହେବ । କାରଣ ପୃଥିବୀ ଆହୁରି ଦ୍ରୁତ ଗତିରେ ଘୂରିବ । ତେବେ ଏହାକୁ ଅଧିକ ଅନୁଭବ କରିବ ହେବ ନାହିଁ । କାରଣ ପାର୍ଥକ୍ୟ କେବଳ କିଛି ମିଲିସେକେଣ୍ଡର ହେବ । ଦିନ ୧.୩୪ ମିଲିସେକେଣ୍ଡ କମ୍ ହେବ । ସାଧାରଣତଃ ଏହି ହ୍ରାସ ହୋଇଥିବା ସମୟକୁ କେହି ଚିହ୍ନଟ କରିପାରିବେ ନାହିଁ । ଏହାକୁ କେବଳ କିଛି ଯନ୍ତ୍ର ସାହାଯ୍ୟରେ ମାପ କରାଯାଇପାରିବ ।
କିନ୍ତୁ ଏହା ପୃଥିବୀର ଘୂର୍ଣ୍ଣନ ଆଚରଣରେ ଏକ ରହସ୍ୟମୟ ଧାରା ଯାହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଖାଯାଇଛି । ଯଦି ଏହା ଜାରି ରହେ ତେବେ ୨୦୨୯ର ପାଖାପାଖି ପରମାଣୁ ଘଣ୍ଟା ମଧ୍ୟରୁ ଗୋଟିଏ ସେକେଣ୍ଡ କମାଇବାକୁ ପଡ଼ିପାରେ । ଏହାକୁ ଏକ ଋଣାତ୍ମକ ଲିପ୍ ସେକେଣ୍ଡ କୁହାଯାଏ । ଯାହା ପୂର୍ବରୁ କେବେ ହୋଇନାହିଁ ।
ପୃଥିବୀର ଘୂର୍ଣ୍ଣନର ଗତି ସ୍ଥିର ନୁହେଁ । ବହୁ ପୂର୍ବରୁ ଗୋଟିଏ ଦିନ ୨୪ ଘଣ୍ଟା କିମ୍ବା ୮୬,୪୦୦ ସେକେଣ୍ଡ ଅପେକ୍ଷା ବହୁତ କମ୍ ଥିଲା । ଯାହା ବର୍ତ୍ତମାନ ଆମେ ଅଭ୍ୟସ୍ତ। ୨୦୨୩ ମସିହାର ଏକ ଅଧ୍ୟୟନ ଅନୁଯାୟୀ, ପୃଥିବୀର ପ୍ରାରମ୍ଭିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସମୟରେ ପୃଥିବୀରେ ଗୋଟିଏ ଦିନ ପ୍ରାୟ ୧୯ ଘଣ୍ଟା ହୋଇଥିଲା। କିନ୍ତୁ ସମୟ ସହିତ ପୃଥିବୀରେ ଗୋଟିଏ ଦିନ ଧୀରେ ଧୀରେ ଲମ୍ବା ହୋଇଛି । ଏହାର ମୁଖ୍ୟ କାରଣ ହେଉଛି ଚନ୍ଦ୍ର ଦ୍ୱାରା ସୃଷ୍ଟି ହେଉଥିବା ଜୁଆର ଘର୍ଷଣ । ଯାହା ଫଳରେ ଏହା ଧୀରେ ଧୀରେ ପୃଥିବୀଠାରୁ ଦୂରେଇ ଯାଉଛି ।
୧୯୭୩ ମସିହାରେ ରେକର୍ଡ ଆରମ୍ଭ ହେବା ପରଠାରୁ, ୨୦୨୦ ପର୍ଯ୍ୟନ୍ତ, ସବୁଠାରୁ ଛୋଟ ଦିନ ୨୪ ଘଣ୍ଟାରୁ ୧.୦୫ ମିଲିସେକେଣ୍ଡ କମ୍ ଥିଲା । କିନ୍ତୁ ୨୦୨୦ ପରଠାରୁ ପୃଥିବୀ ବାରମ୍ବାର ଏହାର ଗତିର ରେକର୍ଡ ଭାଙ୍ଗିଛି। ୫ ଜୁଲାଇ ୨୦୨୪ ଥିଲା ସବୁଠାରୁ ଛୋଟ ଦିନ । ଯେତେବେଳେ ପୃଥିବୀ ସାଧାରଣ ଅପେକ୍ଷା ୧.୬୬ ମିଲିସେକେଣ୍ଡ ଦ୍ରୁତ ଗତିରେ ଏହାର ଘୂର୍ଣ୍ଣନ ଶେଷ କରିଥିଲା।
୨୦୨୫କୁ ନେଇ ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଥିଲେ ଯେ ଜୁଲାଇ ୯, ଜୁଲାଇ ୨୨ ଏବଂ ଅଗଷ୍ଟ ୫ ବର୍ଷର ସବୁଠାରୁ ଛୋଟ ଦିନ ହୋଇପାରେ । ତଥାପି ନୂଆ ତଥ୍ୟରୁ ଜଣାପଡିଛି ଯେ ଜୁଲାଇ ୧୦ ତାରିଖ ୨୦୨୫ ମସିହାରେ ସବୁଠାରୁ ଛୋଟ ଦିନ ଥିଲା । ଯାହା ୨୪ ଘଣ୍ଟାରୁ କମ୍ ସମୟ ଧରି ୧.୩୬ ମିଲିସେକେଣ୍ଡ ଥିଲା ।
୨୨ ଜୁଲାଇରେ ପୃଥିବୀ ଏହାର ଘୂର୍ଣ୍ଣନ ୧.୩୪ ମିଲିସେକେଣ୍ଡ ପୂର୍ବରୁ ସମାପ୍ତ କରିବ ବୋଲି ଆଶା କରାଯାଉଛି । ଯାହା ଏହାକୁ ଦ୍ୱିତୀୟ ସ୍ଥାନରେ ରଖିବ। ଯଦି ବର୍ତ୍ତମାନର ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୁଏ, ତେବେ ଅଗଷ୍ଟ ୫ ତାରିଖ ସାଧାରଣ ଅପେକ୍ଷା ପ୍ରାୟ ୧.୨୫ ମିଲିସେକେଣ୍ଡ କମ୍ ହେବ । ଯାହା ଜୁଲାଇ ୨୨ ତାରିଖକୁ ବର୍ଷର ଦ୍ୱିତୀୟ କ୍ଷୁଦ୍ରତମ ଦିନ କରିବ। ଏହାର ସଙ୍କେତ ହେଉଛି ତ୍ୱରଣ ହ୍ରାସ ପାଉଛି । ତେବେ ସାମ୍ପ୍ରତିକ ଘୂର୍ଣ୍ଣନ ପରିବର୍ତ୍ତନର ମୂଳ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।