ସବୁବେଳେ ଫୋନ୍‌ରେ କଥା ହେଉଥିଲେ, ହ୍ବାଟ୍‌ସଆପ୍ ଚାଟ୍‌ରେ ବି ହେଉଥିଲା ଭାବର ଆଦାନପ୍ରଦାନ

NEWS7
eam-jaishankar-addresses-indian-diaspora-in-austria-calls-for-reforms-in-unsc

ଭୁବନେଶ୍ବର ୯।୧୨: ରହସ୍ୟଘେରରେ କମେଡିଆନ୍ ଗୁରୁ ପୃଷ୍ଟିଙ୍କ ମୃତ୍ୟୁ । ପ୍ରଥମେ କୁହାଗଲା ଦୁର୍ଘଟଣାଜନିତ । କିନ୍ତୁ ଏବେ ହତ୍ୟା ଷଡ଼ଯନ୍ତ୍ରର ସଙ୍ଗୀନ ଅଭିଯୋଗ । ଆହୁରି ସନ୍ଦେହ ବଢାଇଛି ଭାଇରାଲ୍ ଭିଡିଓ । ସେ ତୃତୀୟ ଜଣଙ୍କ କିଏ ? କାହିଁକି ଗୁରୁଙ୍କ ମୃତ୍ୟୁର ୩୬ ଘଣ୍ଟା ପରେ ଆସିଲା ନୂଆ ଅଭିଯୋଗ । ସନ୍ଦେହ ବଢିବାର କାରଣ ଦିବଂଗତ ଅଭିନେତା ଗୁରୁ ପୃଷ୍ଟିଙ୍କ ବିଧବା ପତ୍ନୀ ମିଡିଆ ଆଗରେ କରିଥିବା ଅଭିଯୋଗ । ସେ ନିର୍ଦ୍ଦିଷ୍ଟ ଭାବେ ଜଣେ ମହିଳା ଅଭିନେତ୍ରୀଙ୍କ କଥା ହିଁ କହୁଛନ୍ତି । ତାଙ୍କ ସନ୍ଦେହ ଓ ଅଭିଯୋଗର ଆଧାର ବି ସେହି ଭାଇରାଲ୍ ଭିଡିଓ । ପୋଲିସରେ ଏ ନେଇ ସେ ଅଭିଯୋଗ କରିନଥିଲେ ମଧ୍ୟ ସ୍ବାମୀଙ୍କ ହଜିଥିବା ମୋବାଇଲ୍ ଫେରି ପାଇବାକୁ କରୁଛନ୍ତି ଆକୁଳ ନିବେଦନ । ସେହି ଫୋନ୍ରେ ସବୁ ଗୁମର ଲୁଚିଥିବା ତାଙ୍କ ଅଭିଯୋଗରୁ ମନେ ହେଉଥିବା ବେଳେ ତାଙ୍କ ସ୍ବାମୀଙ୍କ ଅପମୃତ୍ୟୁ ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ର ଥିବା କହୁଛନ୍ତି ଗୁରୁଙ୍କ ପତ୍ନୀ ।

ଗୁରୁଙ୍କ ପତ୍ନୀଙ୍କ ଅଭିଯୋଗରେ ବିବାଦ ଘେରକୁ ଟାଣି ହୋଇ ଆସିଥିବା ଅଭିନେତ୍ରୀ ଜଣଙ୍କ କିଏ ? ସତରେ କ’ଣ ତାଙ୍କ ମୃତ୍ୟୁ ପାଇଁ ସେଇ ଅଭିନେତ୍ରୀ ଦାୟୀ ? ଯାହାଙ୍କ ସହ ଥିଲା ଗୁରୁଙ୍କର ମଧୁର ସମ୍ପର୍କ । ଗୁରୁଙ୍କ ପତ୍ନୀ ଆଣିଥିବା ସଙ୍ଗୀନ ଅଭିଯୋଗ କ’ଣ ସତ ? କୁହାଯାଉଛି ସେହି ଅଭିନେତ୍ରୀଙ୍କ ସହ ଗୁରୁଙ୍କର ସମ୍ପର୍କ ଅତି ନିବିଡ଼ ଥିଲା । ସବୁବେଳେ ଫୋନ୍ରେ କଥା ହେଉଥିଲେ ଉଭୟ । ହ୍ବାଟ୍ସଆପ୍ ଚାଟ୍ରେ ବି ଭାବର ଆଦାନପ୍ରଦାନ ହେଉଥିଲା ।

ପ୍ରଥମେ ଯାତ୍ରାପାର୍ଟିରେ ଏକାଠି କାମ କରୁଥିଲେ ଗୁରୁ ଏବଂ ସେଇ ଅଭିନେତ୍ରୀ । ଆଉ ସେହି ଯାତ୍ରା ମଞ୍ଚରୁ କୁଆଡେ ଉଭୟ ହୋଇଥିଲେ ନିକଟତର । ବିବାହ ପରେ ବି ଉଭୟଙ୍କ ମଧ୍ୟରେ ଚାଲିଥିଲା ଲୁଚାଛପା ପ୍ରେମ । ଯାହା ପ୍ରମାଣିତ କରିଛି ଏବେ ଭାଇରାଲ୍ ହେଉଥିବା ଉଭୟଙ୍କର କିଛି ଚାଟ୍ ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ । ଆହୁରି ମଧ୍ୟମୃତ୍ୟୁ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକି ମୃତ୍ୟୁ ଦିନର । ସମୟ ଥିଲା ଦିନ ୪ଟା ୩୦ । ଯେଉଁ ଭିଡିଓରେ ଗୁରୁ ଏବଂ ସେହି ଅଭିନେତ୍ରୀ ଜଣଙ୍କ ଏକାଠି ଥିଲେ । କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଏକ ପଡ଼ିଆରେ ସେମାନେ ଝଗଡ଼ା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । କିନ୍ତୁ କ’ଣ ପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ଅପରାହ୍ନରେ ଗୁରୁଙ୍କର କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଝଗଡ଼ା ଆଉ ରାତିରେ ଗୁରୁଙ୍କର ଦୁର୍ଘଟଣାରେ ମୃତ୍ୟୁକୁ ସହଜରେ ଗ୍ରହଣ କରିହେଉନି । ଏହା ପଛରେ କିଛି ଷଡ଼ଯନ୍ତ୍ର ଥିବା ସନ୍ଦେହ ସୃଷ୍ଟି କରିଛି ।

ଏମିତି ସ୍ଥିତିରେ ଦୁର୍ଘଟଣା ପରେ ପରେ ଗୁରୁଙ୍କ ଫୋନ୍ ଏବଂ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ କୁଆଡେ ଗାଏବ ହୋଇଯାଇଛି । ସେସବୁ ଜବତ ହେଲେ ଗୁରୁଙ୍କ ମୃତ୍ୟୁ ପଛରେ ଲୁଚି ରହିଥିବା ରହସ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଗୁରୁଙ୍କ ପତ୍ନୀ । ଏ ନେଇ ସେ ଖୁବ୍ଶୀଘ୍ର ପୋଲିସ ନିକଟକୁ ଯାଇ ସଠିକ୍ ତଦନ୍ତ ସହ ଦୁର୍ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଦାବି କରିବେ ବୋଲି ତାଙ୍କ ପତ୍ନୀ କହିଛନ୍ତି । ତେବେ ଗତ ୭ ତାରିଖରେ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚିଙ୍ଗୁଡ଼ିପୁର ଠାରେସଡ଼କ ଦୁର୍ଘଟଣାରେ ଗୁରୁଙ୍କର ମୃତ୍ୟୁ ହୋଇଥିଲା ।