ବକ୍ସ ଅଫିସ୍‌ରେ ୩୦୦ କୋଟି ପାର କଲା ଧୁରନ୍ଧର, 'ପୁଷ୍ପା ୨' ଓ 'ଛାଭା'କୁ ପଛରେ ପକାଇଲା

NEWS7
duskarma-with-minor-gila-and-murder-and-threw-body-behiend-school-in-nabrangpur

ମୁମ୍ଵାଇ ୧୪।୧୨; ରଣଭୀର ସିଂହଙ୍କ ‘ଧୁରନ୍ଧର’କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏହି ଫିଲ୍ମଟି ଏବେ ବକ୍ସ ଅଫିସରେ କମାଲ କରୁଛି। ଫିଲ୍ମ ଆୟ ମାମଲାରେ ଅନେକ ଫିଲ୍ମକୁ ପଛରେ ପକାଇ ଦେଇଛି। ଏବେ ‘ଧୁରନ୍ଧର’ ଚଳିତ ବର୍ଷ ରିଲିଜ ହୋଇଥିବା ହ୍ରିତିକ ରୋଶନଙ୍କ ଫିଲ୍ମ ୱାର-୨ ର ୱାର୍ଲ୍ଡୱାଇଡ୍ ଲାଇଫଟାଇମ୍ କଲେକ୍ସନକୁ ମଧ୍ୟ ପଛରେ ପକାଇ ଦେଇଛି। ‘ଧୁରନ୍ଧର’ ୱାର୍ଲ୍ଡୱାଇଡ୍ ଏହି ବର୍ଷର ୫ତମ ସବୁଠୁ ଅଧିକ ଆୟ କରୁଥିବା ଭାରତୀୟ ଫିଲ୍ମ ହୋଇ ଯାଇଛି। ରଣବୀର ସିଂହଙ୍କ ଫିଲ୍ମକୁ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ପ୍ରଶଂସା ମିଳୁଛି।

Sacnilk ମୁତାବିକ, ରଣବୀର ସିଂହଙ୍କ ‘ଧୁରନ୍ଧର’ ଅଷ୍ଟମ ଦିନ ଭାରତରେ ୩୨.୫ କୋଟି ଟଙ୍କାର ଆୟ କରିଛି। ଭାରତରେ ଫିଲ୍ମ ଏବେସୁଦ୍ଧା ୨୩୯.୭୫ କୋଟି ଟଙ୍କାର ଆୟ କରି ସାରିଛି। ସାରା ଅର୍ଜୁନ ଓ ରଣବୀର ସିଂହଙ୍କ ଧୂରନ୍ଧର ପ୍ରଥମ ସପ୍ତାହରେ ୨୦୭.୨୫କୋଟି ଟଙ୍କାର ଆୟ କରିଥିଲା। ୱାର୍ଲ୍ଡୱାଇଡ୍ କଲକ୍ସନର ମାମଲାରେ ‘ଧୁରନ୍ଧର’ ଚଳିତ ବର୍ଷର ପଞ୍ଚମ ସବୁଠୁ ଅଧିକ ଆୟକାରୀ ଫିଲ୍ମ ହୋଇ ସାରିଛି। ଅକ୍ଷୟ ଖାନ୍ନାଙ୍କ ସ୍ପାଇ ଆକ୍ସନ ଡ୍ରାମା ଫିଲ୍ମ ‘ଧୂରନ୍ଧର’ ହ୍ରିତିକ୍ ରୋଶନଙ୍କ ଏହି ବର୍ଷ ରିଲିଜ ହୋଇଥିବା ୱାର-୨ର ଲାଇଫ୍ କଲେକ୍ସନକୁ ପଛରେ ପକାଇ ଦେଇଛି। ହ୍ରିତିକ୍ ରୋଶନଙ୍କ ୱାର-୨ ଭାରତରେ ୨୩୬.୫୫ ରୋଟି ଟଙ୍କାର ଆୟ କରି ଥିଲା। ସେପଟେ, ବିଦେଶରେ ଫିଲ୍ମ ୮୧.୭୫ କୋଟି ଟଙ୍କାର ଆୟ କରିଥିଲା। ଏହିପରି ଫିଲ୍ମ ୱାର୍ଲ୍ଡୱାଇଡ୍ କଲେକ୍ସନ ୩୭୨.୭୫ କୋଟି ଟଙ୍କାର ଆୟ କରି ସାରିଛି।

ରିପୋର୍ଟ ଅନୁସାରେ , ୨ୟ ସପ୍ତାହର ଶେଷସୁଦ୍ଧା ରଣବୀର ସିଂହଙ୍କ ‘ଧୁରନ୍ଧର’ ରଜନୀକାନ୍ତଙ୍କ କୁଲିକୁ ମଧ୍ୟ ପଛରେ ପକାଇ ଦେଇ ପାରେ। କୁଲି ସାରାବିଶ୍ୱରେ ୫୧୮ କୋଟି ଟଙ୍କାର ଆୟ କରି ଥିଲା। ‘ଧୁରନ୍ଧର’ର କଥା ଯଦି କହିବା ତ ଏହି ଫିଲ୍ମକୁ ଆଦିତ୍ୟ ଧର ନିର୍ଦ୍ଦେଶନା ଦେଇଛନ୍ତି।ଏହି ଫିଲ୍ମରେ ରଣବୀର ସିଂହ ଜଣେ ଭାରତୀୟ ସ୍ପାଇର ଭୂମିକାରେ ନଜର ଆସିଛନ୍ତି।ସେପଟେ ଅକ୍ଷୟ ଖାନ୍ନା ରହମାନ ଡକୈତ ଅର୍ଥାତ୍ ଫିଲ୍ମର ଭିଲେନର ଭୂମିକାରେ ନଜର ଆସିଛନ୍ତି।