ଲଭର୍ସ ପଏଣ୍ଟରୁ ତଳକୁ ଖସି ଗଛରେ ଲଟକିଗଲା କାର୍, ୩ ଘଣ୍ଟା ଭିତରେ ଫସିରହିଲେ ମହିଳା

NEWS7
durghatanare-3-mruta-at-kjr

ଜି.ଉଦୟଗିରି ୨୫।୧: ଲଭର୍ସ ପଏଣ୍ଟରେ ଅଘଟଣ । ୨୦ ଫୁଟ ତଳକୁ ଖସିଲା ପର୍ଯ୍ୟଟକଙ୍କ କାର୍ । ଅଳ୍ପକେ ବର୍ତ୍ତିଗଲେ ମହିଳା ପର୍ଯ୍ୟଟକ l କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଲଭର୍ସ ପଏଣ୍ଟରେ ଏଭଳି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ପର୍ଯ୍ୟଟନ କ୍ଷେତ୍ର ଲଭର୍ସ ପଏଣ୍ଟରେ ଶନିବାର ସନ୍ଧ୍ୟାରେ ପାର୍କିଂ କରାଯାଇଥିବା ପର୍ଯ୍ୟଟକଙ୍କ କାର୍ ଡଡୁବାଡା ନଦୀ ଖାତକୁ ୨୦ ଫୁଟ ତଳକୁ ଖସିଯାଇଥିଲା । କାର୍ଟି ଏକ ଗଛରେ ଲାଗି ଅଟକି ଯାଇଥିଲା । ଫଳରେ କାର୍ରେ ଥିବା ଜଣେ ମହିଳା ପର୍ଯ୍ୟଟକ କାର୍ ଭିତରେ ଫସି ରହିଥିଲେ । କାର୍ରେ ଦୀର୍ଘ ୩ ଘଣ୍ଟା କାଳ ଫସିରହିବା ପରେ ତାଙ୍କୁ କାର୍ରୁ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଲାଇଟ୍ ଲଗାଇ ବିଳମ୍ବିତ ରାତିରେ କାର୍ଟିକୁ ଉଦ୍ଧାର କରାଯାଇଥିବା ଜଣାପଡିଛି l ତେବେ ପର୍ଯ୍ୟଟକ ଜଣଙ୍କ ଭୁବନେଶ୍ବରରୁ ଦାରିଙ୍ଗିବାଡ଼ି ବୁଲିବାକୁ ଆସିଥିବା ଜଣାପଡିଛି ।