ଏୟାରପୋର୍ଟରୁ ହାଇଡ୍ରୋପୋନିକ୍‌ ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ

NEWS7
durga-puja-in-bollywood-film-industry-started-fron-jay-santoshi-maa

ଭୁବନେଶ୍ବର ୩୧।୧୨: ଭୁବନେଶ୍ୱର ଏୟାରପୋର୍ଟରୁ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଛି । ଭୁବନେଶ୍ୱର ଏୟାରପୋର୍ଟରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଛି । ବିଶେଷ ସୂଚନା ଆଧାରରେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) । ଜବତ ହାଇଡ୍ରୋପୋନିକ୍ର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ । ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କ ଠାରୁ ୪ ଟି ପ୍ୟାକେ ହାଇଡ୍ରୋପୋନିକ୍ ଥିଲା । ବ୍ୟାଗ୍ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ ହାଇଡ୍ରୋପୋନିକ୍ ରହିଥିଲା ।