ସୈନିକ ସ୍କୁଲ କଡ଼ରେ ଅଳିଆର ପାହାଡ଼, ଅଭିଭାବକ ସଂଘ ଓ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

Published By : Prameya-News7 Bureau | May 04, 2025 IST

ଭୁବନେଶ୍ୱର ୦୪।୦୫ : ସୈନିକ ସ୍କୁଲ କଡ଼ରେ ଅଳିଆର ପାହାଡ଼ ହୋଇ ରହିଛି। ଏହି ଅଳିଆ ହଟାଇବା ଦାବି ନେଇ ଅଭିବାବକ ସଂଘ ଓ ସୈନିକ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ଅଭିଭାବକମାନେ ସ୍କୁଲର ମୁଖ୍ୟ ଗେଟ ବନ୍ଦ କରି ପ୍ରତିବାଦ କରୁଛନ୍ତି। ଅଳିଆ ହଟାଅ, ସୈନିକ ସ୍କୁଲ ବଞ୍ଚାଅ ଏହି ସ୍ଲୋଗାନ ଦେଇ ଦୃଢ଼ ପ୍ରତିବାଦ କରାଯାଉଛି। ଅଳିଆ ଗଦା ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡୁଛି। ଏହି ଅଳିଆ ଗଦାକୁ ଅନ୍ୟତର ସ୍ଥାନାନ୍ତର ପାଇଁ ଦାବି ହୋଇଛି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.