ରୋହିତଙ୍କ ପାଦ ଛୁଇଁବାକୁ ଆସିଲେ ବିରାଟଙ୍କ ଫ୍ୟାନ୍, ମନା କରିଦେଲେ ହିଟମ୍ୟାନ୍, ତା'ପରେ...

NEWS7
dulha-dulhan-father-of-six-girls-got-married

ଜୟପୁର, ୨୬/୧୨: ବିଜୟ ହଜାରେ ଟ୍ରଫି ଖେଳୁଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଘରୋଇ ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ବ୍ୟାଟିଂ ଦେଖିବାକୁ ଦର୍ଶକଙ୍କୁ ଖଚାଖଚ୍ ଭିଡ । ବୁଧବାର ଜୟପୁରର ସଓ୍ୱାଇ ମାନସିଂ ଷ୍ଟାଡିୟମରେ ମୁମ୍ବାଇ ପକ୍ଷରୁ ଖେଳିଥିଲେ ରୋହିତ । ମୁକାବିଲାରେ ସେ ୯୪ ବଲରୁ ବିସ୍ଫୋରକ ୧୫୫ ରନ୍ କରିଥିଲେ । ସିକ୍କିମ ବୋଲରଙ୍କ ନିଦ ହଜାଇ ଦେଇଥିଲେ ସେ ।

ରୋହିତ ବ୍ୟାଟିଂ କରିବା ଆରମ୍ଭ କରିବା ମାତ୍ରେ ଷ୍ଟାଡିୟମ ଫୁଲ୍ ହୋଇଯାଇଥିଲା । କାମଦାମ ଛାଡି ହଜାର ହଜାର ଦର୍ଶକ ଷ୍ଟାଡିୟମକୁ ଆସିଥିଲେ । ବିଜୟ ହଜାରେ ଟ୍ରଫିରେ ପୂର୍ବରୁ ଏପରି କେବେ ଦେଖିବାକୁ ମିଳିନଥିଲା । ହିଟମ୍ୟାନଙ୍କୁ ଫ୍ୟାନ୍ ମ୍ୟାଚରେ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ମୁକାବିଲା ପରେ ସବୁଠୁ ରୋଚକ ଦୃଶ୍ୟ ସମସ୍ତଙ୍କ ମନ ଜିଣିନେଇଛି ।

ମ୍ୟାଚ୍ ଶେଷ ହେଲା ପରେ ରୋହିତ ଫ୍ୟାନ୍ସଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ସେ ଗ୍ୟାଲେରୀ ଅଭିମୁଖେ ଯାଉଥିବା ବେଳେ ଜଣେ କମ୍ ବୟସର ଛାତ୍ର ତାଙ୍କ ପାଖକୁ ଧାଇଁ ଆସିଥିଲେ । ଶିଶୁଜଣଙ୍କ ବିରାଟଙ୍କ ୧୮ ନମ୍ବର ଥିବା ଜର୍ସି ପିନ୍ଧିଥିଲେ । ସେ ହିଟମ୍ୟାନଙ୍କ ପାଖକୁ ଆସି ପାଦ ଛୁଇଁବା ପାଇଁ ପ୍ରୟାସ କରିଥିଲେ । ହେଲେ ରୋହିତ ତାଙ୍କୁ ପାଦ ଛୁଇଁବାକୁ ମନା କରିଥିଲେ । ଏହାପରେ ସେ କୁନି ଫ୍ୟାନଙ୍କୁ ଆଲିଙ୍ଗନ କରିଥିଲେ ।

ସୂଚନାଯୋଗ୍ୟ, ସିକ୍ସ ହିଟର୍ ରୋହିତ ସିକ୍କିମ ବିପକ୍ଷରେ ନିଜର ପ୍ରଥମେ ଶ୍ରେଣୀ କ୍ରିକେଟରେ ସବୁଠୁ ଦ୍ରୁତତମ ଶତକ ହାସଲ କରିଥିଲେ । ପୂର୍ବରୁ କୌଣସି ଦିନିକିଆରେ ସେ ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ୬୩ ବଲରୁ ଶତକ ଲଗାଇଥିଲେ । ଜୟପୁରରରେ ରୋହିତଙ୍କ ଶତକ କାରଣରୁ ମୁମ୍ବାଇ ସିକିମକୁ ୮ ଓ୍ୱିକେଟରେ ପରାସ୍ତ କରିଥିଲା । ଦମଦାର ଇନିଂସ ପାଇଁ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କୃତ ହୋଇଥିଲେ ।