ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ଗାଳିଗୁଲଜ କଲେ ଜେଇ, ଧରାହେବାରୁ ପୋଲିସ ସହ କଲେ ଠେଲାପେଲା

Published By : Prameya-News7 Bureau | May 19, 2024 IST

କଟକ ୧୯।୦୫ : ଥାନାରେ ମାତାଲ୍ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଉତ୍ପାତ। ନିଶାସକ୍ତ ଅବସ୍ଥାରେ କାର୍ ଚଳାଇ ପ୍ରଥମେ ଜଣେ ବାଇକ୍ ଆରୋହୀଙ୍କୁ ପିଟିଲେ। ଥାନାକୁ ଧରା ହୋଇ ଆସିବାରୁ ଉତ୍ପାତ କଲେ। କଟକ ଚାଉଳିଆଗଞ୍ଜ ଥାନାରେ ଏଭଳି ଘଟଣା ଘଟିଛି । 

ଖବର ଅନୁଯାୟୀ, ଶନିବାର ରାତି ୧୦ଟାରେ ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସୋନାଲି ମଲ୍ଲିକ ନିଶାସକ୍ତ ଅବସ୍ଥାରେ ଚାଉଳିଆଗଞ୍ଜ ଦୁର୍ଗା ଘର ସମ୍ମୁଖରେ ଜଣେ ବାଇକ୍ ଆରୋହୀ ରଜନୀକାନ୍ତଙ୍କୁ ଧକ୍କା ଦେଇଥିଲେ। ଏହାପରେ ବାଇକ୍ ଆରୋହୀ ପ୍ରତିବାଦ କରିବାରୁ ସେଠାରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ସୋନାଲି। ଏହାପରେ ଚାଉଳିଆଗଞ୍ଜ ଥାନା ପୋଲିସ ତାଙ୍କୁ ଯେତେବେଳେ ଥାନାକୁ ଆଣିଥିଲା ସେତେବେଳେ ସୋନାଲିଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଥିଲା। ଥାନାରେ ଥିବା କର୍ମଚାରୀ ଓ ଥାନା ଅଧିକାରୀଙ୍କୁ ଗାଳି ଗୁଲଜ କରିବା ସହ ଠେଲାପେଲା ମଧ୍ୟ କରିଥିଲେ। ପାଖାପାଖି ଏକ ଘଣ୍ଟା ଧରି ତାଙ୍କର ଉତ୍ପାତ ଲାଗି ରହିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କ ଅଭିଯୋଗ ଆଧାରରେ ସୋନାଲିଙ୍କ ବିରୁଧରେ ପୋଲିସ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ମେଡ଼ିକାଲ ପରୀକ୍ଷା ପାଇଁ ପଠାଇଥିବା କଥା କହିଛନ୍ତି ଚାଉଳିଆଗଞ୍ଜ ଥାନା ଅଧିକାରୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.