ବ୍ରିଜ୍ ଉପରୁ ବାଇକ୍‌ ପଡ଼ି ଚାଲିଗଲା ଦୁଇ ଜୀବନ, ଧନୁଯାତ୍ରା ଦେଖିବାକୁ ଯାଇଥିଲେ...

NEWS7
drug-case-court-denies-pre-arrest-bail-to-deepika-padukone-manager

ନୂଆପଡା ୨୫।୧୨ : ଧନୁଯାତ୍ରା ଦେଖିବା ହେଲା କାଳ । ଧନୁଯାତ୍ରା ଦେଖିବାକୁ ଯାଇଥିବା ଯାଇ ଆଉ ଫେରିଲେନି । ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ବାକି ୨ ଜଣ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଚାରି ଜଣ ଯୁବକ ଗୋଟିଏ ବାଇକ୍ ଯୋଗେ ଧନୁଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ଧନୁଯାତ୍ରା ଦେଖି ଫେରିବା ସମୟରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିପଡିଥିଲା । ଯାହାଫଳରେ ବାଇକ୍ରେ ଥିବା ଚାରି ଜଣ ଯୁବକ ପାଣିରେ ପଡ଼ିଯାଇଥିଲେ। ଏହାପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇସାରିଥିଲା। ପାଣିରେ ବୁଡ଼ିବା ଲାଗି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ପଠାଇଛି ।