ନୂଆଦିଲ୍ଲୀ: ପାକିସ୍ତାନ ସୁପର ଲିଗ ମ୍ୟାଚ୍ ପୂର୍ବରୁ ଡ୍ରୋନ୍ ମାଡ଼ରେ ଥରିଲା ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ। ଆଜି ରାତି ୮ଟାରେ ଷ୍ଟାଡିୟମ୍ରେ ମ୍ୟାଚ୍ ହେବାକୁ ଥିଲା। ହେଲେ ଗୁରୁବାର ସେଠାରେ ଡ୍ରୋନ୍ ମାଡ଼ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ଷ୍ଟାଡିୟମରେ ପିଏସଏଲ ଦଳ ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ଏଠାରେ ମ୍ୟାଚ୍ ଖେଳାଯାଇଥାନ୍ତା। ହେଲେ ତା ପୂର୍ବରୁ ଷ୍ଟାଡିୟମ୍ରେ ଏହି ଧମାକା ହୋଇଛି। ଏନେଇ ସୋସିଆଲ୍ ମିଡିଆରେ ଷ୍ଟାଡିୟମ୍ରେ ଭିିିଡିଓ ଭାଇରାଲ ହେଉଛି। କିଛି କିଛି ସ୍ଥାନରେ
ଇସଲାମାବାଦ ଭାରତରେ ୧୫ଟି ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବାର କିଛି ଘଣ୍ଟା ପରେ ଏହି ସୂଚନା ମିଳିଛି। ଏବଂ ଏହାର ଜବାବରେ ଭାରତ ଗୁରୁବାର ଦିନ ଲାହୋରରେ ବାୟୁ ପ୍ରତିରକ୍ଷା ରାଡାର ସିଷ୍ଟମକୁ ନଷ୍ଟ କରିଦେଇଛି।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଭାରତର ଡ୍ରୋନ୍ ଆକ୍ରମଣ ନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଲାହୋର, ଗୁଜରାନୱାଲା, ଚକୱାଲ, ବାହାୱାଲପୁର, ମିୟାନୋ, କରାଚୀ, ଚୋର, ରାୱଲପିଣ୍ଡି ଏବଂ ଆଟକରେ କିଛି ଡ୍ରୋନକୁ ନିଷ୍କ୍ରିୟ କରାଯାଇଥିଲା।
ପାକିସ୍ତାନ ଅନୁଯାୟୀ, ଭାରତର ଜବାବୀ ଆକ୍ରମଣରେ ଲାହୋରରେ ଚାରି ଜଣ ସେନା କର୍ମଚାରୀ ଆହତ ହୋଇଥିବା ବେଳେ ସିନ୍ଧର ମିୟାନୋରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।
ସେପଟେ ଆତଙ୍କବାଦୀଙ୍କ ସଫେଇ ପାଇଁ ପାକିସ୍ତାନରେ ଭାରତ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଏନେଇ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଅପରେସନରେ କେତେ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ସେ ନେଇ ମଧ୍ୟ କେନ୍ଦ୍ର ସରକାର ସୂଚନା ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବଦଳୀୟ ବୈଠକରେ ବୁଧବାର ପାକିସ୍ତାନୀ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା କହିଛନ୍ତି।
ପ୍ରଥମ ଥର ପାଇଁ ସରକାର ସୀମାପାର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଷୟରେ ସୂଚନା ଦେଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଖବର ପ୍ରକାଶ ପାଇଛି। ତେବେ ଯଦିଓ ସର୍ବଦଳୀୟ ବୈଠକରେ ସରକାର ଏପରି ସୂଚନା ଦେଇଥିବା କୁହାଯାଉଛି ହେଲେ ସର୍ବସାଧାରଣରେ ସରକାର ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ କରି ନାହାନ୍ତି। ଗୁରୁବାର ସରିଥିବା ସର୍ବଦଳୀୟ ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି, "ପ୍ରତିରକ୍ଷା ମନ୍ତ୍ରୀ ନେତାମାନଙ୍କୁ ସୂଚନା ଦେଇଛନ୍ତି ଯେ ଯେହେତୁ ଅପରେସନ ଜାରି ରହିଛି ତେଣୁ ସେ ଟେକ୍ନିକାଲ ସୂଚନା ଦେଇପାରିବେ ନାହିଁ।"