ଚଳିତ ବର୍ଷରୁ ପଞ୍ଚମ, ଅଷ୍ଟମରେ ଫେଲ୍ ବ୍ୟବସ୍ଥା: ୬ ରୁ ମୌଖିକ, ୧୩ ଯାଏଁ ଦୁଇଟି ସିଟିଂରେ ଲିଖିତ

NEWS7
drone-attacks-on-srinagar-airport-awantipora-air-base-thwarted-officials

ଭୁବନେଶ୍ୱର, ୦୪/୦୨: ଆସନ୍ତା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବାର୍ଷିକ ପରୀକ୍ଷା। ପ୍ରଥମରୁ ଚତୁର୍ଥ, ଷଷ୍ଠରୁ ସପ୍ତମ ଶ୍ରେଣୀ ଯାଏ ସମେଟିଭ୍ ଆସେସ୍ମେଣ୍ଟ-୨ ହେବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ବାର୍ଷିକ ପରୀକ୍ଷା ହେବ। ମାର୍ଚ୍ଚ ୬ରୁ ୭ ତାରିଖ ଯାଏ ମୌଖିକ ପରୀକ୍ଷା ହେବ। ୭ରୁ ୧୩ ତାରିଖ ଯାଏ ଲିଖିତ ପରୀକ୍ଷା ହେବ ।

ଏନେଇ କାର୍ଯ୍ୟସୂଚୀ ଜାରି କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)।ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୬ ତାରିଖରେ ମାତୃଭାଷା, ପରିବେଶ ଓ ସାମାଜିକ ବିଜ୍ଞାନର ପରୀକ୍ଷା ହେବ । ୭ରେ ଗଣିତ ପରୀକ୍ଷା ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ହେବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ଇଂରାଜୀର ମୌଖିକ ପରୀକ୍ଷା ମଧ୍ୟ ହେବ । ସେହିପରି ୯ ତାରିଖରୁ ସକାଳ ୭ଟାରୁ ୯ଟାରୁ ପ୍ରଥମ ସିଟିଂ ପରୀକ୍ଷା ହେବ । ଦ୍ୱିତୀୟ ସିଟିଂ ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ହେବ ।

୯ ତାରିଖରେ ପ୍ରଥମ ସିଟିଂରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମାତୃଭାଷା ପରୀକ୍ଷା ହେବେ । ଦ୍ୱିତୀୟ ସିଟିଂରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଇତିହାସ ପରୀକ୍ଷା ହେବ । ୧୦ ତାରିଖରେ ପ୍ରଥମ ସିଟିଂରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଗଣିତ ଓ ଷଷ୍ଠରୁ ଅଷ୍ଟମ ପିଲାଙ୍କର ଦ୍ୱିତୀୟ ସିଟିଂରେ ଚିତ୍ରାଙ୍କନ ପରୀକ୍ଷା ହେବ ।

ସେହିପରି ୧୧ ତାରିଖରେ ପ୍ରଥମ ସିଟିଂରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଯାଏ ପରିବେଶ, ପଞ୍ଚମ ଶ୍ରେଣୀର ସାମାଜିକ ପାଠ, ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଯାଏ ବିଜ୍ଞାନ ପରୀକ୍ଷା ହେବ । ୧୨ ତାରିଖରେ ପ୍ରଥମରୁ ପଞ୍ଚମ ଯାଏ ଚିତ୍ରାଙ୍କନ ପରୀକ୍ଷା ଓ ଷଷ୍ଠରୁ ଅଷ୍ଟମ ଯାଏ ଭୂଗୋଳ ପରୀକ୍ଷା ହେବ । ୧୩ ତାରିଖରେ ତୃତୀୟରୁ ଅଷ୍ଟମ ଯାଏ ଇଂରାଜୀ ପରୀକ୍ଷା ହେବ । ଦ୍ୱିତୀୟ ସିଟିଂରେ ଷଷ୍ଠରୁ ଅଷ୍ଟମ ଯାଏ ହିନ୍ଦୀ ଓ କେବଳ ଅଷ୍ଟମ ଶ୍ରେଣୀର ସଂସ୍କୃତ ପରୀକ୍ଷା ହେବ ।