ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ବିଚଳତି ହୋଇ ଉଠିଛି ପାକିସ୍ତାନ । ସୀମାରେ ଲଗାତାର ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ପାକିସ୍ତାନ ସେନା । ଏହାରି ଭିତରେ ଜମ୍ମୁର ଅନେକ ସ୍ଥାନରେ ସାଇରନ୍ ବାଜିଛି । ଏହାସହ ବିସ୍ଫୋରଣ ଶୁଣିବାକୁ ମିଳିଛି । ତେବେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନୀ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିଛି । ପାକିସ୍ତାନ ପଟୁ ଆକ୍ରମଣ ହେବା କ୍ଷଣି ଜମ୍ମୁରେ ସାଇରନ୍ ବାଜିଥିଲା । ଏହାସହ ଜମ୍ମୁକୁ ବ୍ଲାକଆଉଟ୍ କରାଯାଇଛି ।
ଆଜତକ୍ ରିପୋର୍ଟ ଅନୁସାରେ, ସୁରକ୍ଷା ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ପାକିସ୍ତାନରୁ ଜମ୍ମୁ ସିଭିଲ୍ ବିମାନବନ୍ଦର, ସାମ୍ବା, ଆରଏସ ପୁରା, ଆର୍ନିଆ ଅଞ୍ଚଳରେ ୮ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ତେବେ ସବୁ କ୍ଷେପଣାସ୍ତ୍ରକୁ S-୪୦୦ ଦ୍ୱାରା ନିଷ୍କ୍ରିୟ କରାଯାଇଥିଲା ।
#WATCH | J&K | A complete blackout has been enforced in Akhnoor of Jammu Division; sirens are being heard. pic.twitter.com/Jgftczowww
— ANI (@ANI) May 8, 2025
ପାକିସ୍ତାନ ପଟୁ ସୀମାରେ ନିରନ୍ତର ଗୁଳି ମାଡ଼ କରାଯାଉଛି । ଜମ୍ମୁ ବିମାନବନ୍ଦରରେ ପାକିସ୍ତାନ କ୍ଷେପଣାସ୍ତ୍ର ମାଡ କରିଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁର ଆରଏସ ପୁରା ଅଞ୍ଚଳରେ ବ୍ଲାକଆଉଟ୍ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି, ପଞ୍ଜାବ ଏବଂ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବ୍ଲାକଆଉଟ୍ କରାଯାଇଛି । ସେନା ଏବଂ ବିଏସଏଫ ପ୍ରାୟ ୧୦୦ କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳକୁ ବନ୍ଦ କରିଦେଇଛନ୍ତି ।
ଗତ ୭ ଓ ୮ ତାରିଖ ମଧ୍ୟ ରାତ୍ରିରେ ଉତ୍ତର ଭାରତ ଏବଂ ପଶ୍ଚିମ ଭାରତରେ ଥିବା କିଛି ଭାରତୀୟ ସେନା ପ୍ରତିଷ୍ଠାନକୁ ଆକ୍ରମଣ ଉଦ୍ୟମ କରିଥିଲା ପାକିସ୍ତାନୀ ସେନା । ନିର୍ଦ୍ଦିଷ୍ଟଭାବେ ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜସନ୍ଧର,ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନାଲ୍, ଫାଲୋଡି, ଉତ୍ତରିଆଇଏବଂ ଭୂଜ ସ୍ଥିତ କିଛି ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟରେ ରଖି ପାକିସ୍ତାନ କରିଥିଲା ଆକ୍ରମଣ । କିନ୍ତୁ ସଜାଗ ଭାରତୀୟ ସେନା ଇଣ୍ଟିଗ୍ରେଟେଡ୍ କାଉଣ୍ଟର ୟୁଏସ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ୍ ବଳରେ ସେସବୁକୁ ନିଷ୍କ୍ରିୟ କରିଦେଇଥିଲେ ।