ଭଦ୍ରକରେ ଗଡ଼ିଲା ଘରୋଇ ବସ, ତଥାପି ଧାରଣାରେ ବସିଲେ ଡ୍ରାଇଭର

Published By : Prameya-News7 Bureau | July 12, 2025 IST

ଭଦ୍ରକ ୧୨।୦୭ : ଭଦ୍ରକ ଜିଲ୍ଲାରେ ଗଡିଲା ଘରୋଇ ବସ। ଏବେ ଯାଏଁ କୌଣସି ସ୍ଥାନରୁ ଅପ୍ରୀତିକର ଘଟଣାର ସୂଚନା ନାହିଁ। ଡ୍ରାଇଭର ସଂଘର ଆନ୍ଦୋଳନ ଡାକରାର ପ୍ରଥମ ଦିନରୁ ତୃତୀୟ ଦିନ ଯାଏଁ ଘରୋଇ ବସ ଯାତାୟତ ବନ୍ଦ ଥିଲା। ତେବେ ଯେଉଁ କେତେକ ବସ ଚଳାଚଳ କରୁଥିଲା , ସେଗୁଡ଼ିକୁ ଡ୍ରାଇଭର ସଂଘର ସଦସ୍ୟମାନେ ଅନେକ ସ୍ଥାନରେ ଅବରୋଧ କରୁଥିଲେ। ଚତୁର୍ଥ ଦିନରେ ଭଦ୍ରକ ଜିଲ୍ଲା ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି କ୍ରମେ ବସ ଗୁଡ଼ିକ ଚଳାଚଳ ଆରମ୍ଭ କରିଛି। ଅନ୍ୟପଟେ ବନ୍ତ ଛକ ବସ ଷ୍ଟାଣ୍ଡ ନିକଟରୁ କିଛି ଦୂରରେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ଓଭରବ୍ରିଜ ନିକଟରେ ଧାରଣାରେ ବସିଛନ୍ତି। ଡ୍ରାଇଭର ସଂଘ କହିଛି ଯେ, ଆମେ ଶାନ୍ତିପୂର୍ଣ୍ଣ ଭାବେ ବସିଛୁ , କୌଣସି ଗାଡ଼ି ଅଟକାଉ ନାହୁଁ । କେବେ ପର୍ଯ୍ୟନ୍ତ ଧାରଣାରେ ବସିବୁ, ତାହା ଆମେ ଜାଣି ନାହୁଁ । ସଭାପତିଙ୍କ ନିର୍ଦ୍ଦେଶ ଯାହା ଆସିବ ଆମେ ତାକୁ ଗ୍ରହଣ କରିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.