Live Live
LIVE

ଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଚାଲ, ଅହମ୍ମଦାବାଦରେ କାହିଁକି ବଦଳିଲା ହୋଟେଲ ?

NEWS7
driver-police-face-to-one-sub-inspector-injured

ଗୁଜରାଟ ୦୭/୦୩: ଅନ୍ତିମ ଲଢେଇ ପାଇଁ ଶେଷ ପ୍ରସ୍ତୁତି । ଲଢେଇ ହେବ ବରାବର । ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱଦ୍ୱୀ ଭାରତ-ନ୍ୟୁଜିଲାଣ୍ଡ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜବରଦସ୍ତ ଫାଇଟ୍ । ମେନ୍ ଇନ୍ ବ୍ଲୁର ଜୋରଦାର କସରତ । ନେଟ୍ସରେ ଖୁବ୍ ଝାଳ ବୁହାଉଛନ୍ତି ପ୍ଲେୟାର । ବୋଲର ଓ ବ୍ୟାଟ୍ସମ୍ୟାନମାନେ ତୟାର କରୁଛନ୍ତି ସେମାନଙ୍କର ରଣନୀତି ।

ତେବେ ମ୍ୟାଚ୍ ବିଜୟ ନେଇ ଭାରତୀୟ ଦଳ ସବୁପ୍ରକାର ଟ୍ରିକ୍ସ ଆପଣାଇବାକୁ ପଛାଉନି । ତେବେ ଯେଉଁ ସବୁ ଖାସ୍ ରଣନୀତି ଅଛି ସେ ସବୁ ୨୦୨୩ ODI ବିଶ୍ୱକପ୍ ଫାଇନାଲ୍ ସହିତ ଜଡିତ ଅଛି । କାରଣ ସେହି ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆଠାରୁ ହୋଇଥିଲା ପରାସ୍ତ । ଆଉ ସେହି ହାରିଯିବା ଭୟରେ ଏଥର ଟିମ୍ ଇଣ୍ଡିଆ କୌଣସି ଭୁଲର ପୁନରାବୃତ୍ତି ନହେଉ ସେୟା ଚାହିଁଛି । ଯେକୌଣସି ମୂଲ୍ୟରେ ଫାଇନାଲ୍ ଜିତିବାକୁ ଚାହୁଁଛି ଟିମ୍ ଇଣ୍ଡିଆ । ଏମିତି କିଛି କରୁଛି ଯାହା କ୍ରିକେଟ୍ରେ "ଟ୍ରିକ୍ସ" ଭାବରେ ଜଣାଶୁଣା ବୋଲି କୁହାଯାଏ ।

ହୋଟେଲ୍-ଡ୍ରେସିଂ ରୁମ୍‌ରେ ପରିବର୍ତ୍ତନ!

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, "ଜିଙ୍କ୍ସ" ବା ନକାରାତ୍ମକ ଭାବନାକୁ ଭାଙ୍ଗିବାକୁ ସବୁ ଚେଷ୍ଟା ଚାଲିଛି । ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଦଳର ହୋଟେଲ୍ ଓ ଷ୍ଟାଡିୟମ୍ ଡ୍ରେସିଂ ରୁମ୍ରେ ପରିବର୍ତ୍ତନ କରାଯାଇଛି । ମ୍ୟାଚ୍ ସମୟରେ ପ୍ରତିପକ୍ଷ ଦଳ ଯେଉଁ ଡ୍ରେସିଂ ରୁମ୍ରେ ରହୁଥିଲା । ତାହା ଏବେ ଭାରତୀୟ ଦଳ ବ୍ୟବହାର କରିବ । "ହୋମ୍" ଡ୍ରେସିଂ ରୁମ୍ ବିପକ୍ଷ ଦଳକୁ ଦିଆଯିବ। ଏହା ବ୍ୟତୀତ, ୨୦୨୩ ବିଶ୍ୱକପ୍ ସମୟରେ ଭାରତୀୟ ଖେଳାଳିମାନେ ଯେଉଁ ହୋଟେଲରେ ରହିଥିଲେ ତାହା ମଧ୍ୟ ପରିବର୍ତ୍ତନ କରାଯାଇଛି।

ଚନ୍ଦ୍ରଗ୍ରହଣ ଯୋଗୁଁ ବିଳମ୍ବରେ ପ୍ରାକ୍ଟିସ୍:

​​​​​​​ପୂର୍ବରୁ, ଚନ୍ଦ୍ରଗ୍ରହଣ ଯୋଗୁଁ ଭାରତୀୟ ଦଳ ମୁମ୍ବାଇରେ ପ୍ରାୟ ୪୫ ମିନିଟ୍ ବିଳମ୍ବରେ ଅଭ୍ୟାସ ଆରମ୍ଭ କରିଥିଲା । ତେବେ ପ୍ରଶଂସକମାନେ ଏହି ନିଷ୍ପତ୍ତିକୁ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଶ୍ରେୟ ଦେଉଛନ୍ତି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୮ ମାର୍ଚ୍ଚରେ ଅହମ୍ମଦାବାଦରେ ଖେଳାଯିବ । ଯେଉଁଠାରେ ଭାରତର ରେକର୍ଡ ବହୁତ ଭଲ ରହିଛି ।

ମେନ୍ ଇନ୍ ବ୍ଲୁ ଏଠାରେ ମୋଟ ୪୭ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି । ଯେଉଁଥିରୁ ୨୬ ଟିରେ ବିଜୟୀ ହୋଇଥିବାବେଳେ ୧୪ଟିରେ ପରାଜିତ ହୋଇଛି।ଟି-୨୦ଅନ୍ତର୍ଜାତୀୟ କ୍ରିକେଟ ବିଷୟରେ କହିବାକୁ ଗଲେ, ଭାରତୀୟ ଦଳ ଏଠାରେ ୧୦ଟି ମ୍ୟାଚ୍ ଖେଳିଛି। ଏହି ସମୟ ମଧ୍ୟରେ, ଭାରତୀୟ ଦଳ ସାତଟି ମ୍ୟାଚ୍ ଜିତିଛି ଏବଂ ତିନୋଟିରେ ହାରିଛି। ଏଠାରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଦଳର ବିଜୟ ପ୍ରତିଶତ ୭୦।