ଗୁଇବନ୍ଧ ଘାଟିରେ ପିକଅପ୍ ଭ୍ଯାନ୍ ଦୁର୍ଘଟଣାଗ୍ରସ୍ତ : ଡ୍ରାଇଭର ମୃତ, ହେଲପର ଆହତ

Published By : Prameya-News7 Bureau | April 03, 2024 IST

ଗୁଣୁପୁର ୩।୪: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଗୁଇବନ୍ଧ ଘାଟିରେ ପିକଅପ୍ ଭ୍ଯାନ୍ ଦୁର୍ଘଟଣା ଗସ୍ତ । ଘାଟିରେ ପିକଅପ୍ ଭ୍ଯାନ୍ ଓହ୍ଲାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗାଡିର ଆଗ ଚକ ବାହାରି ପଡିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ ହୋଇ ପ୍ରଥମେ ପଦ୍ମପୁର ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭ୍ଯାନଟି ବ୍ରହ୍ମପୁର ପଟୁ ଗାଜର ନେଇ ରାୟଗଡା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ଦୁର୍ଘଟଣା ଘଟିଥିଲା । ପଦ୍ମପୁର ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି ।

You Can Read :

ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍, କହିଲେ- ଯାହା ଦଣ୍ଡ ଦେବେ ମୁଁ ରାଜି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.