କଟକ: ଦିଲ୍ଲୀରେ ଆଇକନିକ୍ ପିସ୍ ପୁରସ୍କାର ପାଇବା ପରେ କଟକରେ ପହଞ୍ଚିଛନ୍ତି ଡାକ୍ତର କିଫଲେନ୍ ନଓ୍ବାଜ । ପ୍ରାଥମିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାମ କରିବା ସହ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଗରିବ ଲୋକଙ୍କ ପାଖରେ ମାଗଣାରେ ଔଷଧ ପହଞ୍ଚାଇ ସେମାନଙ୍କ ଜୀବନରେ ସୁଧାର ଆଣିଛନ୍ତି । ତାଙ୍କର ସେବା କାର୍ଯ୍ୟ ବିଭିନ୍ନ ସଙ୍ଗଠନ ଓ ପ୍ରତିଷ୍ଠାନର ଦୃଷ୍ଟି ଆକର୍ଷଣ କରିଥିଲା ।
ଗତ ପାଞ୍ଚ ବର୍ଷ ହେବ ଗଞ୍ଜାମର ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ ଅର୍ଥାଭବାର ସାମନା କରୁଥିବା ଗରିବଙ୍କ ପାଇଁ ସାଜିଛନ୍ତି ଦେବ ଦୂତ । ଯେଉଁ ଗରିବ ଲୋକଙ୍କ ପାଖରେ ଔଷଧ କିଣିବାକୁ ଟଙ୍କା ନଥାଏ, ସେମାନଙ୍କ ପାଖରେ କିଫଲେନ୍ ଓ ତାଙ୍କର ଟିମ୍ ମାଗଣାରେ ସାମ୍ପୁଲ ମେଡିସିନ ପହଞ୍ଚାଇବାର କାମ କରୁଛନ୍ତି । ଏହା ସହ କିଫଲେନ୍ ଆତ୍ମହତ୍ୟାଠାରୁ ଯୁବକ ଯୁବତୀଙ୍କୁ ଦୂରେଇ ରଖିବା ମଧ୍ୟ କାଉନସେଲିଂ କରିଥାଆନ୍ତି । ତାଙ୍କର ଏହି କାମକୁ ସ୍ଵୀକୃତି ଦେଇ ଆଇକନିକ୍ ପିସ୍ ଆଓ୍ବାର୍ଡ କାଉନସିଲ କିଫଲେନଙ୍କୁ ଆଇକନିକ୍ ପିସ୍ ପୁରସ୍କାର ପ୍ରଦାନ କରିଛି ।