ଡିଜେ ସାଉଣ୍ଡରେ ମହିଳା ଗୁରୁତର, ପୋଲିସ ନିରବ

NEWS7
dowry-related-murder-family-members-demand-justice-by-keeping-the-body-at-the-police-station--anandapur

ଖଲ୍ଲିକୋଟ: ଡିଜେ ସାଉଣ୍ଡ ଯୋଗୁଁ ମୃତ୍ୟୁ ଘଟଣାର ଅନେକ ମାମଲା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ମହିଳା ଗୁରୁତର ହୋଇ ପଡ଼ିଛନ୍ତି। ଗୁରୁତର ମହିଳା ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଓଡ଼ିଆରପି କଲୋନୀର ଅନିମା ଦଳେଇ। ସେହି ଗାଁର ଜଣକ ବାହାଘର ପ୍ରସେସନରେ ଚାଲିଥିଲା। ଡିଜେ ପ୍ରଚଣ୍ଡ ସାଉଣ୍ଡ ଯୋଗୁଁ ଅନୀମା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅନିମାକୁ ଅଚେତ ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ସରକାରଙ୍କ ତରଫରୁ ଡିଜେକୁ ସୀମିତ ସାଉଣ୍ଡରେ ବଜାଇବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଗାଁ ଗହଳିରେ ପ୍ରଚଣ୍ଡ ସାଉଣ୍ଡରେ ବୁଲୁଛି ଡିଜେ। ତଥାପି ପ୍ରଶାସନ ଓ ପୋଲିସ ନିରବଦ୍ରଷ୍ଟା ସାଜିଛି।