ASO ପରୀକ୍ଷା-୨୦୨୪ ଜାଲିଆତି, ବନ୍ଧା ହେବେ ଆହୁରି ଅଭିଯୁକ୍ତ

NEWS7
double-engine-government-trying-to-take-credit-for-previous-governments-success-naveen--

କଟକ: ହାଇକୋର୍ଟଙ୍କ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ASO ପରୀକ୍ଷା-୨୦୨୪ରେ ହୋଇଥିବା ଜାଲିଆତି ମାମଲାରେ କଟକର ଲାଲବାଗ ଥାନା ପୋଲିସର ତଦନ୍ତ ଜାରି ରଖିଛି। ଏହି ମାମଲାରେ ୨ ଦିନ ତଳେ ୬ ଜଣଙ୍କୁ ଗିରଫ ହୋଇ ଥିବା ବେଳେ ଏହି ରାକେଟର କିଛି ସଦସ୍ୟ ପୂର୍ବରୁ SI ଏବଂ ସ୍ପେଶାଲ OTET ପରୀକ୍ଷା ଜାଲିଆତିରେ ମଧ୍ୟ ସମ୍ପୃକ୍ତ ଥିବା ନେଇ ପୋଲିସ ପ୍ରମାଣ ପାଇଛି ।

ବିଶେଷ କରି ପଞ୍ଚ ସଫ୍ଟର ମାଲିକ ମୁନା ମହାନ୍ତି ଓ ସିଲିକନ ଟେକ ପ୍ରାଇଭେଟ ଲିମିଟେଡ଼ର ମାଲିକ ସୁରେଶ ଦାସ ଏହି ରାକେଟରେ ସାମିଲ ଥିବା ଜଣା ପଡିଛି । ଫଳ ସ୍ୱରୂପ ସେହି ଦୁଇ ଜଣଙ୍କୁ ମଧ୍ୟ ଏହି ମାମଲାରେ ପୋଲିସ କେସ ରିମାଣ୍ଡ ଦେବ ବୋଲି ଜଣା ପଡିଛି । ତେବେ ଏହି ମାମଲା ରେ ଯେଉଁ ମାନଙ୍କ ନାଁ ସାମ୍ନାକୁ ଆସିବ ସମସ୍ତଙ୍କୁ ତଦନ୍ତ ପରିସରବୃକ୍ତ କରାଯିବ ବୋଲି କହିଛନ୍ତି କଟକ ଡିସିପି।

ହାଇକୋର୍ଟଙ୍କ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ASO ପରୀକ୍ଷା ଗତ ବର୍ଷ ଜୁଲାଇ ମାସରେ ଅନୁଷ୍ଠିତ ହୋଇ ଥିବା ବେଳେ ଏହି ପରୀକ୍ଷା ସିଲିକନ ଟେକ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପରିଚାଳିତ ହୋଇ ଥିଲା। ତେବେ ଏହି ପରୀକ୍ଷାରେ ମଡେଲ ଉତ୍ତର (Model Answer) ଲିକ୍ ହେବା ସହ କିଛି ପରୀକ୍ଷାର୍ଥୀ ଅସ୍ବାଭାବିକ ଭାବେ ଅଧିକ ନମ୍ବର ରଖିଥିବା ଜଣାପଡ଼ିବା ପରେ ପୋଲିସ ବୈଷୟିକ ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।