LIVE TV

ମଧ୍ୟବିତ୍ତ ବର୍ଗଙ୍କୁ ଦୀପାବଳି ଉପହାର ଦେଲେ ମୋଦି ସରକାର , ଘର ନିର୍ମାଣ କରିବାକୁ କଲେ ବଡ଼ ଘୋଷଣା

NEWS7
dont-delete-data-on-evms-pending-verifications

ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମିଡିଲ କ୍ଲାସ ବା ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)-ସହରୀ ୨.୦ ଅନୁସାରେ ୧.୪୧ ଲକ୍ଷ ଅତିରିକ୍ତ ଘର ନିର୍ମାଣକୁ ଅନୁମୋଦନ ଦେଇଛନ୍ତି। କହି ରଖୁଛୁ କି, ଏହି ଯୋଜନା ଅନୁସାରେ ସହରାଞ୍ଚଳ ଗରୀବ ଓ ମଧ୍ୟମ ବର୍ଗକୁ ସରକାର ନିଜର ଘର ଦେବାରେ ସାହାଯ୍ୟ କରିଥାନ୍ତି। ଆସନ୍ତୁ ଏ ବିଷୟରେ ବିସ୍ତୃତରେ ଜାଣିବା।

ଯୋଜନା ଅନୁସାରେ ୧.୪୧ ଲକ୍ଷ ଅତିରିକ୍ତ ଘରର ନିର୍ମାଣକୁ ଅନୁମୋଦନ ମିଳିଛି। ଏହାସହ ଏହି ଯୋଜନା ଅଧୀନରେ ସ୍ୱୀକୃତ ଆବାସୀୟ ୟୁନିଟ୍‌ର ମୋଟ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇ ଯାଇଛି। ଅତିରିକ୍ତ ଘରର ନିର୍ମାଣର ଅନୁମୋଦନ ୧୪ ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ସାମିଲ କରିଥାଏ। ଏଥିରେ ଆସାମ , ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ , ଗୁଜରାଟ, ଜମ୍ମୁ-କାଶ୍ମୀର , ପୁଡୁଚେରୀ, ରାଜସ୍ଥାନ , ତାମିଲନାଡୁ , ମଧ୍ୟ ପ୍ରଦେଶ ,ମେଘାଳୟ , ହରିଆଣା, ଓଡ଼ିଆ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଅନ୍ତର୍ଭୁକ୍ତ। ମନ୍ତ୍ରଣାଳୟ କହିଛି ଯେ, ଏହି ଯୋଜନା ସହରାଞ୍ଚଳ ହିତାଧିକାରୀଙ୍କୁ ସମ୍ମାନଜନକ ଗୃହ ପ୍ରଦାନ କରିବା , ସମାବେଶନ ବଢାଇବା ଓ ଗରୀବ ଏବଂ ଦୁର୍ବଳ ବର୍ଗଙ୍କୁ ସୁଲଭ ପକ୍କା ଘର ପ୍ରଦାନ କରି ଜୀବନ ସ୍ତରକୁ ସୁଧାରିବାରେ ଯୋଗଦାନ ଦେଇଥାଏ। ଏହି ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ମଧ୍ୟ କେନ୍ଦ୍ରିତ ଅଛି। କାରଣ ଘର ଗୁଡ଼ିକ ମହିଳା ମୁଖ୍ୟଙ୍କ ନାଁରେ କିମ୍ୱା ମିଳିତ ମାଲିକାନାରେ ସ୍ୱୀକୃତ ଦିଆଯାଏ।

ଉକ୍ତ ଯୋଜନା ୧ ସେପ୍ଟେମ୍ୱର ୨୦୨୪ ରୁ ଲାଗୁ ହୋଇଛି ଏବଂ ଆଗାମୀ ପାଞ୍ଚ ବର୍ଷରେ କୋଟିଏ ପରିବାରକୁ ପକ୍କା ଘର ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରହିଛି। ଯୋଜନାର ଲାଭ ସେହି ପରିବାରକୁ ମିଳିବ ଯିଏ ଇଡବ୍ଲ୍ୟୁଏସ, ଏଲଆଇଜି କିମ୍ୱା ଏମଆଇଜି ବର୍ଗରେ ଆସିବେ ଏବଂ ଯାହାଙ୍କ ପାଖରେ ଦେଶରେ କେଉଁଠି ବି ପକ୍କା ଘର ନଥିବ। ସରକାର ଯୋଜନା ଅନୁସାରେ ମୋଟ ୨.୫ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ନିର୍ଦ୍ଧାରଣ କରିଛନ୍ତି।  ଉକ୍ତ ଯୋଜନାର ଚାରୋଟି ଭର୍ଟିକଲ୍ସ ଅଛି- ବେନିଫିସିଆରି ଲେଡ୍ କନଷ୍ଟ୍ରକ୍ସନ (ବିଏଲସି) , ଅଫୋର୍ଡେବଲ ହାଉସିଂ ଇନ ପାର୍ଟନରସିପ୍‌ (ଏଏଚପି) , ଅଫୋର୍ଡେବଲ ରେଣ୍ଟଲ ହାଉସିଂ (ଏଆରଏଚ) ଓ ଇଣ୍ଟରେଷ୍ଟ ସବସିଡି ସ୍କିମ୍‌ (ଆଇଏସଏସ) । ଇଣ୍ଟରେଷ୍ଟ ସବସିଡି ସ୍କିମ୍‌ରେ ଯୋଗ୍ୟ ହିତାଧିକାରୀଙ୍କୁ ହୋମ୍‌ ଲୋନ୍‌ରେ ରିଆତି ଦରରେ ସୁଧ ମିଳିବ, ଯେଉଁଥିରେ ଘର କିଣିବାରେ କିମ୍ୱା ତିଆରି କରିବାରେ ମଧ୍ୟ ସହଜ ହେବ।

କହି ରଖୁଛୁ କି , ଇଡବ୍ଲ୍ୟୁଏସ , ଏଲଆଇଜି ଓ ଏମଆଇଜି ଶ୍ରେଣୀ ଗୁଡ଼ିକରେ କ୍ରମଶଃ ୩ ଲକ୍ଷ ଟଙ୍କା , ୬ ଲକ୍ଷ ଟଙ୍କା  ଓ ୯ ଲକ୍ଷ ଟଙ୍କା ଯାଏ ବାର୍ଷିକ ଆୟକାରୀ ପରିବାର ଯୋଗ୍ୟ ହେବେ। ହିତାଧିକାରୀଙ୍କୁ ୮ ଲକ୍ଷ ଟଙ୍କା ଯାଏ ହୋମ୍‌ ଲୋନ୍‌ ଉପରେ ୪ପ୍ରତିଶତ ସୁଧ ସବସିଡି ଦିଆଯିବ।ଯେଉଁଥିରେ ୧.୮୦ ଲକ୍ଷ ଟଙ୍କା ଯାଏ ରିହାତି ମିଳିପାରେ। ସବସିଡିର ରାଶି ୫ଟି କିସ୍ତିରେ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ହିତାଧିକାରୀଙ୍କ ଲୋନ୍‌ ଆକାଉଣ୍ଟରେ ଜମା ହେବ।  ଏହି ସୁବିଧା କେବଳ ସେହି ଲୋନ୍ ଆକାଉଣ୍ଟରେ ଲାଗୁ ହେବ ଯାହା ଆକ୍ଟିଭ୍‌ ରହିଥିବ ଏବଂ ୫୦ପ୍ରତିଶକୁ ଅଧିକ ମୂଳ ବାଲାନ୍ସ  ରହିଥିବ । ଏଥିରେ କେବଳ ଇଏମଆଇରେ ହ୍ରାସ ଘଟିବନି , ଏହାସହ ଘର କିଣିବାର ସ୍ୱପ୍ନ ମଧ୍ୟ ଆହୁରି ସହଜ ହୋଇଯିବ।