LIVE TV

ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ, ଜଙ୍ଗଲରୁ ମାଓ ସାମଗ୍ରୀ ଜବତ

NEWS7
donald-trump-us-freezes-harvard-university-2-2-billion-grants-over-campus-activism

କନ୍ଧମାଳ୧୧: ଦକ୍ଷିଣାଞ୍ଚଳ ଆଇଜିଙ୍କ ନୀତି ଶେଖରଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ନାମ ଉଙ୍ଗା କାଲମୁ ଓରଫ କିଶୋର ଏବଂ ମାସେ ମାଡ଼ଭୀ । ଉଭୟ ବଂଶଧରା ଘୁମୁସର ନାଗାବଳୀ ଡିଭିଜନରେ ପାର୍ଟି ମେମ୍ବର ଭାବେ କାମ କରୁଥିଲେ । ଉଭୟଙ୍କ ଘର ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲାରେ ବୋଲି ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି ।

ଉଭୟ ୨୦୧୮ ମସିହାରୁ ସିପିଆଇ ମାଓବାଦୀରେ ସାମିଲ ହୋଇଥିଲେ, ତାପରେ ସିପିଆଇ ମାଓବାଦୀର କେକେବିଏନ୍ ଏବଂ ବିଜିଏନ୍ ଭଳି ମାଓବାଦୀ ସଂଗଠନରେ ସକ୍ରିୟ ରହିଥିଲେ । ବର୍ତ୍ତମାନ ଉଭୟ ଦାରିଙ୍ଗବାଡି ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଉଭୟ ବହୁ ମାଓ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ, ଉଭୟଙ୍କ ନାମରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା ।

ବର୍ତ୍ତମାନ ପୋଲିସର ନକ୍ସଲ ଦମନ ଅଭିଯାନକୁ ଦେଖି ସେମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି । ଏହା ସହିତ ଅନ୍ୟ ମାଓବାଦୀ ମାନେ ମଧ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ପ୍ରକାରେ ଡିଭିଏଫ୍ ଟିମ୍ ବାଲିଗୁଡ଼ା ଥାନା ପାଙ୍ଗୁରମିଲା ଜଙ୍ଗଲର ଏକ ଡମ୍ପ୍‌ରୁ ବହୁ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ।