LIVE TV

ବଞ୍ଚି ଉଠିଲେ ମୃତ ମହିଳା, ଇଏ ଚମତ୍କାର ନା ପୋଲିସର ଅବହେଳା ?

NEWS7
donald-trump-threat-to-putin-russia-on-ukraine-war-us-news-trump-agenda

ବୌଦ୍ଧ : ସ୍ୱାମୀ ମାରିଦେଇଛି... ପୂରା ଗାଁରେ ଚହଳ। ହତ୍ୟାକାରୀ ସୁରାକ ଦେଲେ ପୁରସ୍କାର ରାଶି ପାଇଁ ବି ପୋଷ୍ଟର ମାରିଛି ପୋଲିସ୍।  ଏମିତି କି  ରାତି ସାରା ମୃତଦେହକୁ ଜଗି ରହିଲା ପୋଲିସ୍।  କିନ୍ତୁ ଘଟଣାର 12 ଘଣ୍ଟା ପରେ ହଠାତ୍ ଜୀବିତ ହୋଇଗଲେ ମହିଳା ଜଣକ... ଶୁଣିବାକୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ... କିନ୍ତୁ ଏହି ସତ ଘଟଣାଟି ପୂରା ଅଞ୍ଚଳରେ ଚାଞ୍ଚଲ୍ୟ  ସୃଷ୍ଟି କରିଛି।

ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଗିରାସିଙ୍ଗା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବୁଧବାର ରାତିରେ ଜଣେ ଜୀବିତ ମହିଳାଙ୍କୁ ମୃତ ଭାବି ପୋଲିସ ରାତିସାରା ଜଗି ରହିଥିଲାକିନ୍ତୁ ସକାଳୁ ମହିଳା ଜଣକ ଉଠିଥିବା ବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ପୋଲିସ୍ । ଯାହାକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା।  ଗିରାସିଙ୍ଗା ଗାଁର ଶ୍ରୀକାନ୍ତ ନାୟକ । ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ନିଖୋଜ ଥିବା ନେଇ ବୁଧବାର ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍। ପଚରାଉଚୁରା ପରେ ସ୍ଵାମୀ ଶ୍ରୀକାନ୍ତ ନାଏକ ନିଜ ପତ୍ନୀ ଲକ୍ଷ୍ମୀପ୍ରିୟା ନାଏକଙ୍କୁ ପିଟି ପିଟି ହତ୍ୟା କରିଥିବା କହି ଆତ୍ମସମର୍ପଣ କରିଥିଲେସେ ମୃତଦେହକୁ ନିଜ ଘରେ ଗୋଟିଏ ସ୍ଥାନରେ ରଖିଥିବା ମଧ୍ୟ ସ୍ୱୀକାର କରିଥିଲେପୋଲିସ ଶ୍ରୀକାନ୍ତଙ୍କୁ ସାଙ୍ଗରେ ନେଇ ଘରେ ପହଞ୍ଚିଥିବା ସମୟରେ ଘର ଭିତରେ ଲକ୍ଷ୍ମୀପ୍ରିୟା ଝାଟି ତଳେ ଥିବା ଜାଣିବାକୁ ପାଇଲେ। ସେ ମୃତ ଭାବି ପୋଲିସ୍ ରାତିସାରା ମହିଳାଙ୍କ ନିକଟରେ ଜଗି ରହିଥିଲା । ଏମିତି ବୌଦ୍ଧ ପୋଲିସ ପକ୍ଷରୁ ଗାଁର ବିଭିନ୍ନ ସ୍ଥାନରେ ଏହି ହତ୍ୟାକାଣ୍ଡ ସଂପର୍କିତ କୌଣସି ତଥ୍ୟ ଦେବାକୁ ପୁରସ୍କାର ରାଶିର ଏକ ନୋଟିସ ବି କାନ୍ଥରେ ମାରିଥିଲେ

କିନ୍ତୁ ଘଟଣାରେ ସେତବେଳେ ଆସିଲା ଟ୍ୱିଷ୍ଟ ଯେତେବେଳେ  ସକାଳୁ ଏକ ସାଇଣ୍ଟିଫିକ ଟିମ୍ ସେଠାରେ ପହଁଚିଥିଲେ  ଝାଟି ତଳେ ତାଙ୍କୁ ଏଭଳି ଅବସ୍ଥାରେ ଲକ୍ଷ୍ମୀପ୍ରିୟାଙ୍କୁ ପଡ଼ିଥିବା ଦେଖି ଯେ କେହି ବି ଭାବିବେ ସେ ଆଉ ନାହାନ୍ତି ବୋଲି। କିନ୍ତୁ ହଠାତ୍ ଲକ୍ଷ୍ମୀଙ୍କ ଗୋଡ ହାତ ହଲିବା ଆରମ୍ଭ ହେଲାଥରଥର କଣ୍ଠରେ ଲକ୍ଷ୍ମୀ ପ୍ରିୟା କହିଥିଲେ ଯେ ସେ ବେହୋସ ହୋଇଯାଇଥିଲେ,  କେହି ତାଙ୍କୁ କିଛି ସୁଙ୍ଘାଇ ଦେଇଥିଲାସେ ଜୀବିତ ଥିବା ଜାଣି ପୋଲିସ ତୁରନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ତାଙ୍କୁ ଭର୍ତ୍ତି କରିଥିଲେ।  ଏବେ ସେ ପୂରା ସ୍ବାଭାବିକ ଖାଉଛନ୍ତି ପିଉଛନ୍ତି କିନ୍ତୁ ମାନସିକ ସ୍ତରରେ ସେ ଭାଙ୍ଗିପଡ଼ିଛନ୍ତି

ପ୍ରଶ୍ନ ଉଠୁଛି  ଲକ୍ଷ୍ମୀପ୍ରିୟାଙ୍କ  ଏମିତି ଅବସ୍ଥା ହେଲା କେମିତି। କଣ ଘଟିଥିଲା ସବୁପରେ ପୋଲିସ ଉପରେ  ମଧ୍ୟ ପ୍ରଶ୍ନ ଉଠୁଛି ରାତିରେ ପୋଲିସ୍ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଲେ  ହେଲେ ମହିଳା ମୃତ ନା ଜୀବିତ ସେମାନେ କିଭଳି ଜାଣି ପାରିଲେନି ?  କେଉଁ ଆଧାରରେ ମହିଳା ମୃତ ଭାବି ତାଙ୍କୁ ମେଡିକାଲ ନ ଆଣି ସାରା ରାତି ସେହି ଭଳି ଭାବେ ପକାଇ ରଖିଥିଲା ପୋଲିସ ଯଦି ମହିଳାଙ୍କ କୌଣସି ଅଘଟଣ ଘଟିଥାନ୍ତା ତେବେ  କିଏ ଦାୟୀ ରହିଥାନ୍ତା ଏମିତି ଅନେକ ପ୍ରଶ୍ନ ଘେରରେ ଏବେ ପୋଲିସ୍।