ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଆଶ୍ବସ୍ତି ଦେଇଛନ୍ତି। ପ୍ରକୃତରେ ଚୀନ୍ ଉପରେ ଲାଗିବାକୁ ଥିବା ଟାରିଫକୁ ୯୦ ଦିନ ପାଇଁ ଘୁଞ୍ଚାଇଛନ୍ତି ଟ୍ରମ୍ପ। ମଙ୍ଗଳବାର ଟ୍ରମ୍ପ ନିଜ ଟ୍ରୁଥ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ତେବେ ଏହା ବାଦ୍ ଦୁଇ ଦେଶ ମଧ୍ୟରେ ପୂର୍ବରୁ ହୋଇଥିବା ସହମତିକୁ ପୂର୍ବଭଳି ରହିବ ବୋଲି କହିଛନ୍ତି ଟ୍ରମ୍ପ। ଏହି ଘୋଷଣା ଫଳରେ ଦୁନିଆର ଦୁଇ ବଡ଼ ଆର୍ଥିକ ଶକ୍ତି ମଧ୍ୟରେ ଟାରିଫ୍କୁ ନେଇ ଯେଉଁ ଯୁଦ୍ଧ ହେବାର ଅନୁମାନ କରାଯାଉଥିଲା ତାହା ଏବେ ଟଳିବା ପରି ଦେଖାଯାଉଛି।
ଏକ ରିପୋର୍ଟ ଅନୁସାରେ ଏହି ଚୀନ ଉପରେ ପୁଣି ୯୦ ଦିନର ଟାରିଫ୍ ବିରାମ ଆମେରିକା ଏବଂ ଚୀନ ମଧ୍ୟରେ ନିକଟରେ ହୋଇଥିବା ଆଲୋଚନା ପରେ ହୋଇଥିବା ନେଇ ଅନୁମାନ କରାଯାଉଛି। ଜୁଲାଇରେ ସ୍ବିଡେନରେ ହୋଇଥିବା ଆଲୋଚନା ପରେ ଚୀନ ଉପରେ ଟାରିଫ୍ ଅଗଷ୍ଟ ୧୨ ତାରିଖରୁ ଲାଗିବାର ଥିଲା। ଅର୍ଥାତ ୧୨ ତାରିଖରୁ ଚୀନକୁ ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ପୁଣି ଉଚ୍ଚ ଟ୍ୟାକ୍ସ ଲାଗିଥାନ୍ତା।
ସୂଚନାଥାଉକି, ଟ୍ରମ୍ପ ଏପ୍ରିଲରେ ଦୁନିଆର ୧୦୦ରୁ ଅଧିକ ଦେଶ ଉପରେ ବଡ଼ ଆକାରର ଟାରିଫ୍ ଲଗାଇଥିଲେ। ଏହି ଟାରିଫ୍ ଚୀନ୍ ଏବଂ ଭାରତ ଉପରେ ମଧ୍ୟ ଲାଗିଥିଲା। ଅବଶ୍ୟ ଅଧିକାଂଶ ଦେଶ ପାଇଁ ୯୦ ଦିନର ବିରାମ ଦିଆଯାଇଛି। ଅବଶ୍ୟ କେବଳ ଉପରେ ଟ୍ରମ୍ପଙ୍ ଆକ୍ରୋଶ ଅଧିକ ଦେଖିବାକୁ ମିଳିଥିଲା। କାରଣ ଟ୍ରମ୍ପ ଚୀନରୁ ଆସୁଥିବା ସାମଗ୍ରୀ ଉପରେ ଆମେରିକାର ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଯିବ ବୋଲି କହିଥିଲେ। ସେହିଭଳି ଚୀନ୍ ମଧ୍ୟ ଏହାର ପ୍ରତିବଦଳରେ ଆମେରିକା ଉପରେ ୧୨୫ ପ୍ରତିଶତ ବଢ଼ାଇଥିଲା। ଏଥିରେ ବିଶ୍ବ ବଜାରରେ ଅସ୍ଥିରତା ଉତ୍ପନ୍ନ ହୋଇଥିଲା। ହେଲେ ପରେ ଉଭୟ ଦେଶ ଆଲୋଚନା ମାଧ୍ୟମରେ ଟାରିଫ୍ ଉପରେ ରୋକ ଲଗାଇଥିଲେ। ଆମେରିକା ଚୀନ୍ ଉପରେ ଟାରିଫ୍ ୩୦ ପ୍ରତିଶତକୁ ଆଣିଥିବାବେଳେ, ଚୀନ୍ ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ୧୦ ପ୍ରତିଶତ ଟାରିଫ୍କୁ କମାଇଛି।