‘ରେସ୍-୪’ ଅପଡେଟ୍ : କମ୍‌ବ୍ୟାକ୍‌ କରିବେ କି ଅକ୍ଷୟ ଖାନ୍ନା ? ନିର୍ମାତା କଲେ ଖୁଲାସା

NEWS7
donald-trump-blames-biden-obama-as-officials-recover-flight-black-box

ମୁମ୍ବାଇ ୧୯।୦୧ : ଅକ୍ଷୟ ଖାନ୍ନା, ବଲିଉଡର ଜଣାଶୁଣା କଳାକାର । ଧୁରନ୍ଧରରେ ତାଙ୍କ ଅଭିନୟର ପ୍ରଂଶସା ସବୁଠି । ରେହେମାନ୍ ଡକେଟ୍ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ଏଣ୍ଟ୍ରି ଆଉ ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି । ତାଙ୍କର ବଳିଷ୍ଠ ଅଭିନୟ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିବାବେଳେ ଆଗାମୀ ଦିନରେ କେର୍ଉ ଭୂମିକାରେ ନଜର ଆସିବେ ଏହାକୁ ନେଇ ଫ୍ୟାନ୍ସମାନେ ଚାହିଁ ରହିଛନ୍ତି । ତେବେ ଏହାରି ଭିତରେ ଶୁଣିବାକୁ ମିଳୁଛି କି, ସେ ରେସ-୪ ରେ ନଜର ଆସିବେ । ଏଭଳି ଏକ ଚର୍ଚ୍ଚା ଭିତରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଯୋଜକ ରମେଶ ତୌରାନି ।

ରେସ୍-୪ ପରଦାକୁ ଆସିବାକୁ ଯାଉଛି । ଏହାର ପ୍ରସ୍ତୁତି ଜୋରଦାର ଚାଲିଥିବା ଚର୍ଚ୍ଚା ହେଉଛି । ତେବେ ରମେଶ କହିଛନ୍ତି କି, ଏପର୍ଯ୍ୟନ୍ତ କାଷ୍ଟିଂକୁ ନେଇ ଆମେ ଅକ୍ଷୟଙ୍କ ସହ କୌଣସି କଥା ହୋଇନାହୁଁ । ତାଙ୍କ କାଷ୍ଟ କରିବାର କୌଣସି ଯୋଜନା ନାହିଁ । ପ୍ରଥମ ଭାଗରେ ଦୁର୍ଘଟଣାରେ ତାଙ୍କ ଚରିତ୍ରର ମୃତ୍ୟୁ ହୋଇଛି । ଏଣୁ ଏବେ ହେଉଥିବା ଗୁଜବରେ କୌଣସି ସତ୍ୟତା ନାହିଁ । ସେପଟେ ସୈଫ ଅଲ୍ଲି ଖାନ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ କାଷ୍ଟ ଭାବେ ନିଆଯିବା ପ୍ରସଙ୍ଗରେ ମଧ୍ୟ ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଏଯାବତ କାହାକୁ ନିଆଯିବ ଏନେଇ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।

ସେପଟେ ରେସ ଫିଲ୍ମ ସମ୍ପର୍କରେ ଯଦି କହିବା ତାହଲେ ଏହାର ପ୍ରଥମ ଭାଗ ୨୦୦୮ ମସିହାରେ ଆସିଥିଲା । ଯେଉଁଥିରେ ସୈଫ ଅଲ୍ଲି ଖାନ ଏବଂ ଅକ୍ଷୟ କୁମାରଙ୍କ ସହ କ୍ୟାଟ୍ରିନା କୈଫ ନଜର ଆସିଥିଲେ । ପରେ ଦ୍ବିତୀୟ ଭାଗ ୨୦୧୩ ମସିହାରେ ଆସିଥିଲା ଯେଉଁଥିରେ ସୈଫ ଅଲ୍ଲି ଖାନ, ଜନ ଆବ୍ରାହମଙ୍କ ସହ ଦୀପିକା ପାଦୁକୋନ, ଜ୍ୟାକଲିନ୍ ନଜର ଆସିଥିଲେ । ମାତ୍ର ପାର୍ଟ-୩ରେ ସବୁକିଛି ବଦଳି ଯାଇଥିଲା । ୨୦୧୮ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମରେ ନିର୍ଦେ୍ଦଶକଙ୍କଠାରୁ କଳାକାର ବଦଳି ଯାଇଥିଲେ । ଏଥିରେ ସଲମାନ ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।