ଥାନାରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ

NEWS7
dolphin-conting-begins-in-chilika-

ଦେବଗଡ: ପୋଲିସର ଉଦାସୀନତାକୁ ବିରୋଧ କରି ଥାନା ଭିତରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ଘଟଣା ଘଟିଛି ଦେବଗଡ ଆଦର୍ଶ ଥାନାରେ । ନିଜ ସ୍ବାମୀ ଓ ଶଶୁର ଘର ବିରୋଧରେ ପ୍ରତାରଣା ଅଭିଯୋଗ ଆଣି ଥାନାରେ ନ୍ୟାୟ ଭିକ୍ଷା କରିଥିବା ଜଣେ ବିବାହିତା ମହିଳାଙ୍କ ଥାନା ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ହେଲେ ମହିନୀପୁର ଗ୍ରାମର ବିକାଶ ରଞ୍ଜିତଙ୍କ ସ୍ତ୍ରୀ ପିଙ୍କି ବେହେରା। ପିଙ୍କି ଚଳିତବର୍ଷ ଜୁନ ୧୯ ତାରିଖରେ ଦେବଗଡ ଥାନା ପୋଲିସ ଉପସ୍ଥିତିରେ ଝାଡେଶ୍ବର ମନ୍ଦିରରେ ବିକାଶଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ବିକାଶ କାମଧନ୍ଦା ପାଇଁ ବାହାରକୁ ଯାଇଥିବା ବେଳେ ଶଶୁର ଘରେ ଅନ୍ୟମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ତଥା ଦେହ ଅସୁସ୍ଥ ପାଇଁ ବାପା ଘରେ ରହୁଥିଲେ।

ପରବର୍ତ୍ତୀ ସମୟରେ ବିକାଶଙ୍କ ପରିବାର ତାର ବିବାହ ଅନ୍ୟତ୍ର କରିବାକୁ ଯୋଜନା କରୁଥିବା ନେଇ ପିଙ୍କି ଖବର ପାଇଥିଲେ। ସ୍ବାମୀ ବିକାଶ ମଧ୍ୟ ପିଙ୍କିର ଫୋନ କଲ ରିସିଭ କରିନଥିଲେ। ଏନେଇ ପିଙ୍କି ଗୁରୁବାର ଦେବଗଡ ଆଦର୍ଶ ଥାନାକୁ ଯାଇଥିଲେ। ମାତ୍ର ପରେ ଥାନା ମଧ୍ଯରେ ନିଜ ସହ ନେଇଥିବା କୀଟନାଶକ ଔଷଧ ପିଇଦେଇଥିଲେ।

ପିଙ୍କି ଦେବଗଡ ଆଦର୍ଶ ଥାନାକୁ ଯିବା ପରେ ନିଜ ସମସ୍ୟା ନେଇ ଉପସ୍ଥିତ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ମାତ୍ର ସେ ହଠାତ୍ ନିଜ ସହ ନେଇଥିବା କୀଟନାଶକ ପିଇ ଦେଇଥିଲେ। ଥାନାରେ ଉପସ୍ଥିତ ଅନ୍ୟ କର୍ମଚାରୀ ତାଙ୍କ ପାଖରୁ ବିଷ ବୋତଲ ଛଡାଇବାକୁ ଉଦ୍ୟମ କରିଥିଲେ।

ଏହି ଘଟଣା ପରେ ତାଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ସଙ୍ଗେ ସଙ୍ଗେ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ଙ୍କର ପରାମର୍ଶ କ୍ରମେ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ପରିବାର ଲୋକ ପୋଲିସର ଉଦାସୀନତାକୁ ଦାୟୀ କରିଛନ୍ତି।