ମୋମୋଜ୍ ଫ୍ୟାକ୍ଟ୍ରି ଫ୍ରିଜ୍‌ରୁ ମିଳିଲା କୁକୁର ମୁଣ୍ଡ ! ଯାଞ୍ଚ ପାଇଁ ପଠାଗଲା ମାଂସ

Published By : Prameya-News7 Bureau | March 19, 2025 IST

ମୁମ୍ଵାଇ ୧୯।୦୩; ସାଧାରଣତଃ ଷ୍ଟ୍ରିଟ ଫୁଡ ଖାଇବାକୁ ସଭିଏଁ ପାଗଳ। ସେଥିରେ ମୋମୋଜ୍ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଏ ମୋମୋଜ କଥା ଶୁଣିଲେ ଆପଣଙ୍କ ନିଦ ହଜିଯିବ। ଆମେ ସିନା ମୋମୋଜ ଖାଉଛେ କିନ୍ତୁ ସେଥିରେ କେଉଁ ମାଂସ ମିଶୁଛି ତାହା ଆମେ ନିଜେ ବି ଜାଣିନେ। ବର୍ତ୍ତମାନ ଏମିତି ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କୁ ମୋମୋଜ୍ ନାମକ ଖାଦ୍ୟଟିକୁ ଆଉ ଖାଇବାକୁ ଇଚ୍ଛା କରିବେ ନାହିଁ ।    

ଘଟଣାଟି ଘଟିଛି ପଞ୍ଜାବ ମୋହାଲୀର । ଏଠାରେ ନଗର ନିଗମର ମେଡିକାଲ୍ ଟିମ୍ ମାଂସ ଦୋକାନରେ ଚଢ଼ାଉ କରି ପାଖାପାଖି ୬୦ କିଲୋର ଦୁର୍ଗନ୍ଧଯୁକ୍ତ ଚିକେନ୍‌କୁ ଜବତ କରିଥିଲେ । ପୋକରେ ଭର୍ତ୍ତି ଚିକେନକୁ ମାଟି ତଳେ ପୋତି ଟିମ୍ ଦୋକାନକୁ ସିଲ୍ କରିଥିଲା ।ସବୁଠାରୁ ବଡ କଥା ମୋମୋଜ୍ ପ୍ରସ୍ତୁତ କରୁଥିବା ଏହି ଫ୍ୟାକ୍ଟ୍ରିରେ ଯାଞ୍ଚ୍ କରିବା ସମୟରେ ଫ୍ରିଜରୁ କୁକୁରର ମୁଣ୍ଡ ଭଳି ଦେଖାଯାଉଥିବା ଏକ ମାଂସ ମିଳିଥିବାର ଖବର ସାମ୍ନାକୁ ଆସିଲା। ଘଟଣାକୁ ନେଇ ବର୍ତ୍ତମାନ ପୋଲିସ୍ ପ୍ରଶାସନ ଜୋରସୋରରେ ଯାଞ୍ଚ୍ ଆରମ୍ଭ କରିଛି । ମୋମୋଜ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ତିଆରି କରୁଥିବା ଫ୍ୟାକ୍ଟ୍ରି ଉପରେ କଡ଼ାକଡ଼ି ଭାବେ ଯାଞ୍ଚ୍ କାମ ଜାରି ରହିଛି ।  

ଫ୍ୟାକ୍ଟ୍ରିରେ କଟା ମାଂସ ସହ କ୍ରସର ମେସିନ ମଧ୍ୟ ମିଳିଥିଲା । ରବିବାର ଏହି ଘଟଣାକୁ ନେଇ ପ୍ରଶାସନକୁ ଖବର ଦିଆଯାଇଥିଲା । ତା’ପରେ ପ୍ରଶାସନ ଯାଞ୍ଚକୁ ଗମ୍ଭୀରତାର ନେଇ ଦେଖିଥିଲେ ଯେଉଁଠାରୁ ସଢ଼ା ପରିବା , ଅସ୍ବାସ୍ଥ୍ୟକର ଫାଷ୍ଟ୍ ଫୁଡ୍ , ପଚିଯାଇଥିବା ଖାଦ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେହି ମାଂସକୁ ପଶୁ ଚିକିତ୍ସା ବିଭାଗକୁ ପଠାଇ ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.