ବାଲିଯାତ୍ରା ୨୦୨୫
LIVE TV

ବିଜୟ ହଜାରେ ଟ୍ରଫି ଖେଳିବେ ହିଟମ୍ୟାନ୍ : ବିଶ୍ୱକପ୍ ପାଇଁ ହେଉଛନ୍ତି ପ୍ରସ୍ତୁତ !

NEWS7
dog-killed-new-born-baby-in-operation-theatre-in-farukhabad

ନୂଆଦିଲ୍ଲୀ, ୧୨|୧୧: ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା । ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ତଥା ପୂର୍ବତନ ଅଧିନାୟକ ରୋହିତ ଘରୋଇ ମ୍ୟାଚ୍ ଖେଳିବା ନେଇ ସୂଚନା ମିଳିଛି । ଏବାବଦରେ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଜଣାଇ ଦେଇଛନ୍ତି । ବିସିସିଆଇ ସମସ୍ତ ଖେଳାଳିଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ନିର୍ଦ୍ଦେଶ ଦେବା ପରେ ରୋହିତ ଘରୋଇ କ୍ରିକେଟ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁସାରେ, ମୁମ୍ବାଇ ଦଳରେ ସାମିଲ ହେବା ପାଇଁ ରୋହିତ ରାଜି ଅଛନ୍ତି । ଯାହା ଡିସେମ୍ବର ୨୪ରୁ ଆରମ୍ଭ ହେବ । ଏସମ୍ବନ୍ଧରେ ସେ ଏମସିଏକୁ କହିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପୂର୍ବରୁ ବିଜୟ ହଜାରେ ଟ୍ରଫି ଖେଳି ରୋହିତ ଅଧିକ ଅଭ୍ୟାସ କରିପାରିବେ । ଏପରିକି ୨୦୨୭ ବିଶ୍ବକପ୍ ଯଦି ସେ ଖେଳିବେ ତାହାଲେ ଘରୋଇ ମୁକାବିଲା ଦ୍ୱାରା ସେ ନିଜ ଫର୍ମରେ ସୁଧାର ଆଣିପାରିବେ ।

ଅନ୍ୟଦିଗରେ ବିରାଟ କୋହଲିଙ୍କୁ ନେଇ ସସପେନ୍ସ ଲାଗି ରହିଛି । ୩୭ ବର୍ଷୀୟ ବିରାଟ ଏବେ ଲଣ୍ଡନରେ ରହୁଛନ୍ତି । ଘରୋଇ ଟୁର୍ଣ୍ଣାମେଣ୍ଟ ବାବଦରେ ସେ ଦିଲ୍ଲୀ କ୍ରିକେଟ୍ ଆସୋସିଏସନକୁ କିଛି ଜଣାଇ ନାହାଁନ୍ତି ।

ସୂଚନାଯୋଗ୍ୟ, ଉଭୟ ବିରାଟ ଏବଂ ରୋହିତ ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ଅବସର ନେଇଛନ୍ତି ।ଏବେ କେବଳ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି । ଜାତୀୟ ଦଳରେ ଖେଳିବାକୁ ହେଲେ ଘରୋଇ ମୁକାବିଲାରେ ସାମିଲ ହେବାକୁ ପଡିବ ବୋଲି ବିସିସିଆଇର କଡା ନିର୍ଦ୍ଦେଶ ରହିଛି ।