ହଜାରେ ବଦଳର କାହିଁକି ଲେଖାଯାଏ 'K'? ଜାଣନ୍ତୁ ଏହା ପଛର କାରଣ...

Published By : Prameya-News7 Bureau | May 29, 2024 IST

ନୂଆଦିଲ୍ଲୀ ୨୯।୦୫: ବର୍ତ୍ତମାନ ସମୟରେ ପ୍ରତ୍ୟକଙ୍କ ପାଖରେ ରହିଛି ସ୍ମାର୍ଟଫୋନ୍ । ଇଣ୍ଟରନେଟ୍ରେ କିଛି ମେସେଜ୍ ଲେଖିବାକୁ ହେଲେ ସମସ୍ତେ ପ୍ରାୟ ସଟକଟ୍‌ ବ୍ୟବହାର କରୁଛନ୍ତି । ଯେପରି K ଏବଂ M । ବାସ୍ତବରେ k ଲେଟର ପାଇଁ ହଜାରେ, ଲକ୍ଷ ପାଇଁ M ଏବଂ ବିଲିୟନ୍ ପାଇଁ B ଶବ୍ଦର ବ୍ୟବହାର କରୁଛନ୍ତି । କିନ୍ତୁ ଏହାପଛର କାରଣ କଣ  ? ଆସନ୍ତୁ ଜାଣିବା...  

ବର୍ତ୍ତମାନ ହେଉଛି ସୋସିଆଲ୍ ମିଡିଆ ଓ ଇଣ୍ଟରନେଟର ଯୁଗ । ୱେବସାଇଟ ହେଉ ବା ୟୁଟ୍ଯୁବ ବ୍ୟବହାରକାରୀଙ୍କ ସଂଖ୍ୟା ହେଉ କିମ୍ୱା ଲାଇକ, ଫୋଲର୍ସ ସବୁକିଛି , ୧ ହଜାରରୁ ଅଧିକ ହୋଇଗଲେ ସେଠାରେ ଇଂରାଜୀ ଅକ୍ଷର kରେ ଦର୍ଶାଯାଏ ।

ଫ୍ରାନ୍ସର ଲୋକମାନେ ଗ୍ରୀକ ଶବ୍ଦ ଚିଲ୍ଲିଓଇକୁ ଛୋଟ କରି କିଲୋ କରିଥିଲେ । ପରେ କିଲୋମିଟର, କିଲୋଗ୍ରାମ ଆଦି ଶବ୍ଦର ପ୍ରୟୋଗ କରାଗଲା । କାରଣ ଏକ କିଲୋଗ୍ରାମ ହଜାର ଗ୍ରାମ ହୋଇଥାଏ । ତେଣୁ ହଜାରକୁ ସରଳରେ ଲେଖିବା ପାଇଁ kର ବ୍ୟବହାର କରାଗଲା । 

ସେବେଠୁ କିଲୋର ପ୍ରତୀକ ଭାବେ k, ମିଲିୟନ ପାଇଁ “M”, ବିଲିୟନ ପାଇଁ “B”, ଟ୍ରିଲିୟନ ପାଇଁ “T” ବ୍ୟବହାର କରାଯାଉଛି । ଏଣୁ ହଜାରକୁ ଦର୍ଶାଇବାପାଇଁ ଟି “T” ବଦଳରେ କେ “K"ର ବ୍ୟବହାର କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.