ଭାଉଜ-ଦିଅର ଝଗଡ଼ା, କାଠ ଫାଳିଆ ମାଡ଼ରେ ଚାଲିଗଲା ଲକ୍ଷ୍ମୀଙ୍କ ଜୀବନ

NEWS7
do-this-at-home-every-day-get-rid-of-paternal-guilt

ବ୍ରହ୍ମଗିରି ୧୭।୦୩ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଯଦୁପୁର ଗାଁରେ ଅଭାବନୀୟ ଘଟଣା । ଦିଅରର କାଠ ଫାଳିଆ ମାଡ଼ରେ ବଡ଼ଭାଇର ଶାଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଉଜ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଭାଉଜଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢନ୍ତୁ:-ଯାତ୍ରୀବାହୀ ବସ୍ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ତିନୋଟି ଗାଡ଼ି

କୌଣସି କଥାକୁ ନେଇ ସୋମବାର ଭାଉଜ ଏବଂ ଦିଅରଙ୍କ ମଧ୍ୟ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା। ଆଉ ଭାଉଜ (ନମିତା)ଙ୍କୁ ବାଡ଼େଇବା ପାଇଁ ପଛେଇନଥିଲେ ଦିଅର । ଭାଉଜଙ୍କୁ ଦିଅର ଆକ୍ରମଣ କରୁଥିବା ସମୟରେ, ତାଙ୍କ ବୋଉ ଆସି ଉଭୟଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଏପିରିକି ଦିଅର କବଳରୁ ନିଜ ଝିଅକୁ ଛଡ଼ାଇ ଆଣିବାକୁ ମଧ୍ୟ ପ୍ରୟାସ କରୁଥିଲେ । ହେଲେ ଦିଅରଙ୍କ ଆକ୍ରୋଶର ଶିକାର ହୋଇଥିଲେ ଭାଉଜ ଏବଂ ତାଙ୍କ ମାଆ (ଲକ୍ଷ୍ମୀ ଜେନା) । ତେବେ କାଠ ଫାଳିଆ ମାଡ଼ରେ ବୃଦ୍ଧା ଲକ୍ଷ୍ମୀ ଜେନା ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ତୁରନ୍ତ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପୁରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିବା ବେଳେ ନମିତାଙ୍କ ଚିକିତ୍ସା ଜାରି ରହିଛି ।

ଏ ଖବର ବି ପଢନ୍ତୁ:- ଚାବହାର ନିକଟରେ ଆମେରିକାର ଏୟାରଷ୍ଟ୍ରାଇକ୍, ଚିନ୍ତାରେ ଭାରତ : ପ୍ରଭାବିତ ହେବ ବ୍ୟବସାୟ !

ଅନ୍ୟପଟେ ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ବିବାଦର ମୁଖ୍ୟ କାରଣ ଏବେ ଯାଏଁ ଜଣାପଡିନାହିଁ ।