ଅଧିବେଶନ ଆରମ୍ଭରୁ ରୋଚକ ଦୃଶ୍ୟ, ବଦଳିଲା ଦୁଇ ନେତାଙ୍କ ବିଧାନସଭା ବସିବା ସିଟ୍

NEWS7
do-these-five-things-during-and-after-solar-eclipse-for-get-wealth-and-peace-in-life

ଭୁବନେଶ୍ୱର ୧୭/୦୨: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଆଜି ପ୍ରଥମ ଦିନରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ କମ୍ୱମପତି । ' ଜୟ ଜଗନ୍ନାଥ ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ । ଦିବଂଗତ ସଦସ୍ୟଙ୍କ ବିୟୋଗରେ ଗୃହରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ସହିଦଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଜ୍ୟପାଳ । ଓଡ଼ିଶାକୁ ଅଧିକରୁ ଅଧିକ ବିକଶିତ କରିବାକୁ ଲକ୍ଷ୍ୟ ନେଇ କହିଛନ୍ତି ରାଜ୍ୟପାଳ ।

​​​​​​​

ତେବେ ଅଧିବେଶନ ବେଳେ ନଜର ଆସିଥିଲେ ରୋଚକ ଦୃଶ୍ୟ । ନିଲମ୍ବନ ପରେ ବଦଳିଥିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ । ଅରବିନ୍ଦ ମହାପାତ୍ରଙ୍କ ସିଟ୍ ଆଗରୁ ଥିଲା G19 ଥିଲା, ଏବେ ହେଲା F19 । ସେହିଭଳି ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା F14, ହେଲା F21 । ତେବେ ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ କରାଯାଇଛି ହେଲା । ସେହିପରି ମାଧବ ଧଡାଙ୍କ ସିଟ୍ ସହ ପରିବର୍ତ୍ତନ ହୋଇଛି ସନାତନ ମହାକୁଡଙ୍କ ସିଟ୍ ।

ସୂଚନା ଥାଉକି, ଉଭୟଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳରୁ ବିଜେଡିରୁ ନିଲମ୍ୱନ କରିଥିଲେ ବିଜେଡି ସୁପ୍ରିମୋ । ବିଜେଡି ସରକାର କେନ୍ଦୁଝରର ବିକାଶ କରିନାହିଁ ବୋଲି କିଛି ଦିନ ତଳେ କହିଥିଲେ ସନାତନ ମହାକୁଡ଼ । ଏଭଳି ମନ୍ତବ୍ୟ ଦେଇ ପରୋକ୍ଷରେ ନବୀନଙ୍କ ନେତୃତ୍ବକୁ ଚ୍ୟାଲେଂଜ କରିଥିଲେ ସନାତନ ମହାକୁଡ଼ । ଯେଉଁଥିପାଇଁ ସନାଙ୍କ ବିରୋଧରେ ଏହି ବଡ଼ ଆକ୍ସନ ନିଆଯାଇଥିବା ଜଣାପଡ଼ିଛି ।

ସେହିପରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଅନ୍ୟ ଦଳର ନେତାଙ୍କ ସହ ମିଶି ‘ଭିତିରିଆ ଷଡ଼ଯନ୍ତ୍ର’ କରୁଥିବା ବିଜେଡି ସନ୍ଦେହ କରୁଛି । ବିଜେଡିକୁ ଦୁର୍ବଳ କରିବା ପାଇଁ ଅରବିନ୍ଦ ମହାପାତ୍ର ଉଦ୍ୟମ କରୁଥିବା ବିଜେଡି ସନ୍ଦେହ କରିଛି । ଏହି କାରଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।