ବାଲିଯାତ୍ରା ୨୦୨୫
LIVE TV

ନରମିଲେ ଟ୍ରମ୍ପ, ଟାରିଫ୍ ହ୍ରାସ ନେଇ ଦେଲେ ସଙ୍କେତ

NEWS7
district-administration-helped-to-champa-after-news7-impact-in-malkangiri

ନୂଆଦିଲ୍ଲୀ , ୧୧|୧୧: ଭାରତ ଉପରେ ଲଗାଇଥିବା ଟାରିଫ୍ ହ୍ରାସ କରିବ ଆମେରିକା । ଏବେ ବଦଳିଛି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର । ଦୀର୍ଘଦିନ ଧରି ଚାଲିଥିବା ଟାରିଫ ବିବାଦ ମଧ୍ୟରେ ବଡ ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ୍ । ଯାହାକୁ ନେଇ ଉଭୟ ଦେଶ ସମ୍ପର୍କରେ ସୁଧାର ଆସିବ ବୋଲି କୁହାଯାଉଛି ।

ଟ୍ରମ୍ପ୍ କହିଛନ୍ତି ଯେ, ଭାରତ ସହ ବ୍ୟାପକ ଆଲୋଚନା ଜାରି ରହିଛି । ବାଣିଜ୍ୟ କାରବାର ବୃଦ୍ଧି ନେଇ ଖୁବ୍ ଶୀଘ୍ର ଭଲ ଖବର ଆସିବ । ଏହାସହ ଭାରତୀୟ ବସ୍ତୁ ଉପରେ ଲାଗିଥିବା ଉଚ୍ଚା ଟାରିଫକୁ ହ୍ରାସ କରାଯିବ । ଏବେ ଭାରତ ତାଙ୍କ ଉପରେ ଖୁସି ନାହିଁ । କିନ୍ତୁ ଆଗକୁ ପୁଣି ଭାରତୀୟମାନେ ଆମେରିକାକୁ ପସନ୍ଦ କରିବେ । ପୁଣି ଥରେ ଭଲ ପାଇବା ଦେବେ । ଏକ ନିରପେକ୍ଷ ବାଣିଜ୍ୟ ଚୁକ୍ତି ଉଭୟ ଦେଶ ମଧ୍ୟରେ ଜଲଦି ଚୂଡାନ୍ତ ରୂପ ନେବ । ଯାହା ଭାରତ ଏବଂ ଆମେରିକାର ହିତରେ ରହିବ ବୋଲି ସେ କହିଛନ୍ତି ।

ୟୁଏସ ପ୍ରେସିଡେଣ୍ଟଙ୍କ ବୟାନ ସାମ୍ନାକୁ ଆସିବା ପରେ ଉଭୟ ଦେଶ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି । ଗତ କିଛି ମାସ ଧରି ଆମେରିକା ସହ ବାଣିଜ୍ୟ କାରବାର କମିଥିଲା । ଉଚ୍ଚ ଟାରିଫ କାରଣରୁ ରପ୍ତାନୀ ପ୍ରଭାବିତ ହୋଇଥିଲା । ଭାରତ ଋଷଠାରୁ ତେଲ କିଣୁଥିବାରୁ ଟ୍ରମ୍ପ୍ ଏପରି ଅମାନବୀୟ ଭାବେ ଟାରିଫ୍ ବୃଦ୍ଧି କରିଥିଲେ ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ରମ୍ପ୍ ପ୍ରଶଂସା କରିଥିଲେ । ଭାରତ ଋଷଠାରୁ ଆଗ ଭଳି ତେଲ କିଣୁନଥିବା କହିଥିଲେ । କିନ୍ତୁ ସରକାର ଏହାର ଜବାବ ଦେଇନଥିଲେ । ଋଷ ପକ୍ଷରୁ ମଧ୍ୟ ଏନେଇ କିଛି ସ୍ପଷ୍ଟ କରାଯାଇନଥିଲା ।