ଅରୁନ୍ଧତୀ ଫାଉଣ୍ଡେସନ ତରଫରୁ ବାହୁଡ଼ା ଯାତ୍ରା ଉପଲକ୍ଷେ ଅନ୍ନପ୍ରସାଦ ବିତରଣ

Published By : Prameya-News7 Bureau | July 09, 2025 IST

ଭୁବନେଶ୍ବର: ଅରୁନ୍ଧତୀ ଫାଉଣ୍ଡେସନ ତରଫରୁ ବାହୁଡ଼ା ଯାତ୍ରା ଉପଲକ୍ଷେ ଦଶ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦ ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା । ପୁରୀ ବଡ଼ଦାଣ୍ଡରେ ଅନୁଷ୍ଠିତ ଏହି ସେବା କାର୍ଯ୍ୟକ୍ରମରେ ଅରୁନ୍ଧତୀ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅରୁନ୍ଧତୀର ୭୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗଦାନ କରି ସାମୁହିକ ଭାବେ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ |

ପୁରୀ ବଡ଼ଦାଣ୍ଡରେ ଏହି ସୁନ୍ଦର ପରିବେଶରେ ଅରୁନ୍ଧତୀ ଫାଉଣ୍ଡେସନ ତରଫରୁ ଲୋକଙ୍କ ଅନ୍ନପ୍ରସାଦ ବିତରଣର ପରିକଳ୍ପନା ଓ ସୁଚାରୁ ରୂପେ ପରିଚାଳନାକୁ ସବୁ ମହଲରେ ଉଚ୍ଛ୍ବସିତ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏଭଳି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅରୁନ୍ଧତୀ ଫାଉଣ୍ଡେସନର ମୁଖ୍ୟ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.