ସୋଆରେ ଏ.ଆଇ. ସମ୍ପର୍କିତ ଭବିଷ୍ୟତ ରୂପରେଖ ଉପରେ ଆଲୋଚନାଚକ୍ର

Published By : Prameya-News7 Bureau | May 06, 2025 IST

ଭୁବନେଶ୍ୱର, ମଇ ୬: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଦ୍ୱାରା ପ୍ରବର୍ତିତ ପ୍ରଯୁକ୍ତି ପରିପ୍ରେକ୍ଷୀରେ ଆଗାମୀ ପୀଢ଼ିର ମ୍ୟାନେଜରମାନଙ୍କୁ କିପରି ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ ସେ ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ ନିକଟରେ ଏକ ଆନ୍ତର୍ଜାତିକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ୟୁନାଇଟେଡ୍ କିଙ୍ଗଡମ୍ ସ୍ଥିତ କାନାରା ବ୍ୟାଙ୍କର ଏନ୍‌ଟରପ୍ରାଇଜ ରିସ୍କ ବ୍ୟାଙ୍କିଙ୍ଗ ମୁଖ୍ୟ ଶ୍ରୀମତି ଇପ୍‌ସିତା ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । 

ଶ୍ରୀମତି ପ୍ରଧାନ ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ସମ୍ପର୍କିତ ଆଶଙ୍କା ସମ୍ବଳିତ ପରିସ୍ଥିତିର କିପରି ସମ୍ମୁଖୀନ ହେବାକୁ ପଡ଼ିବ ସେ ବିଷୟରେ ବକ୍ତବ୍ୟ ରଖି ଅନେକ ଘଟଣାର ଉଲ୍ଳେଖ କରିଥିଲେ । 

ଏହି କାର୍ଯ୍ୟକ୍ରମକୁ ସେଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉଦ୍‌ଘାଟନ କରିଥିଲେ । 

ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ମଧ୍ୟ ସେମାନଙ୍କ ବକ୍ତବ୍ୟ ରଖିଥିଲେ । 

ଏହି ଏଫଡିପି କାର୍ଯ୍ୟକ୍ରମର ସଂଯୋଜନା ଆସୋସିଏଟ୍ ପ୍ରଫେସର ବିଭୁତି ଭୂଷଣ ମିଶ୍ର ଓ ଡ. ପ୍ରୀତି ୱାଇ ଷଡ଼ଙ୍ଗୀ କରିଥିଲେ । ଡକ୍ଟର ଧୃତିସୁନ୍ଦର ସାହୁ, ଆସୋସିଏଟ ପ୍ରଫେସର, ଧନ୍ୟବାଦ ଅର୍ପଣ କରିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.