ନୂଆଦିଲ୍ଲୀ ୧୫।୦୫: ଅନେକ ଲୋକ ପ୍ରତିଦିନ ଅଫିସ୍ ଯାଇଥାନ୍ତି । ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ଅଫିସରେ ବିତାଇଥାନ୍ତି । ଏହାରି ମଧ୍ୟରେ ସମସ୍ତେ ପ୍ରାୟ ଅଫିସ୍ ବାଥ୍ରୁମ୍ ଯାଇଥାନ୍ତି । କିନ୍ତୁ ଜାଣନ୍ତି କି ଏହା କେତେ ହାଇଜେନିକ୍ ? ଆମମାନଙ୍କ ମଧ୍ୟରୁ ଅନେକ ଭାବିଥାନ୍ତି କି ପବ୍ଲିକ୍ ଓ୍ବାସ୍ରୁମ୍ ଅଳ୍ପମାତ୍ରାରେ ମଇଳା ହୋଇଥାଏ । କିନ୍ତୁ କ'ଣ ଜାଣନ୍ତି କି ଅନେକ ଅଫିସ ଶୌଚାଳୟ ଆପଣଙ୍କ ଘରର ଶୌଚାଳୟ ଅପେକ୍ଷା ଅଧିକ ମଇଳା ହୋଇପାରେ ?
ଦିନସାରା ଶହ ଶହ ଲୋକ ଅଫିସ୍ ୱାଶରୁମ୍ ବ୍ୟବହାର କରିଥାନ୍ତି । ପ୍ରତ୍ୟେକଙ୍କ ସଫା ସୁତୁରା କରିବା ଅଭ୍ୟାସ ଭିନ୍ନ ହୋଇଥାଏ । କିଛି ଲୋକ ଠିକ୍ ଭାବରେ ଫ୍ଲସ୍ କରନ୍ତି ନାହିଁ । କିଛି ହାତ ଧୋଇ ନଥାନ୍ତି ତ ଆଉ କିଛି ଲୋକ ୱାସରୁମ୍କୁ ଯେମିତି ସେମିତି ଛାଡି ଚାଲିଯାଆନ୍ତି। ଏହାର ଅର୍ଥ ହେଉଛି ଜୀବାଣୁ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ହ୍ୟାଣ୍ଡେଲ, ଟଏଲେଟ୍ ସିଟ୍ ଏବଂ ୱାଶ୍ ବେସିନ୍ ଭଳି ସ୍ଥାନଗୁଡ଼ିକରେ...
ଯଦିଓ କାର୍ଯ୍ୟାଳୟରେ ସଫେଇ କର୍ମଚାରୀ ରହିଥାନ୍ତି । କିନ୍ତୁ ପ୍ରତି ୧-୨ ଘଣ୍ଟାରେ କ’ଣ ୱାଶରୁମକୁ ପ୍ରକୃତରେ ସମ୍ପୂର୍ଣ୍ଣ ପରିଷ୍କାର କରାଯାଏ ? ପ୍ରାୟତଃ ସଫେଇ କାର୍ଯ୍ୟ କେବଳ ଉପରଠାଉରିଆ ଭାବରେ କରାଯାଏ। କିନ୍ତୁ ଏହା କିଛି କିଛି ଘଣ୍ଟା ପାଇଁ କରାଯାଏନି । ଯାହା ଫଳରେ ଶୌଚାଳୟ ଦୁର୍ଗନ୍ଧ ହେବାକୁ ଲାଗେ।
ଏପରି ବାଥ୍ରୁମ୍ ବ୍ୟବହାର କରିବା ଦ୍ବାରା ଚର୍ମ ସଂକ୍ରମଣ, ମୁତ୍ର ନଳୀ ସଂକ୍ରମଣ ହୋଇପାରେ। ଏମିତିକି ହାତ ଧୋଇବା ସମୟରେ ଅସାବଧାନତା ଅବଲମ୍ବନ କଲେ ଖାଦ୍ୟ ବିଷାକ୍ତ ହୋଇପାରେ । ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି ।
ଏବେ ପ୍ରଶ୍ନ ଆସୁଛି ଏଥିରୁ କେମିତି ନିଜକୁ ସୁରକ୍ଷିତ ରଖିବେ ? ଶୌଚାଳୟକୁ ଯିବା ପରେ ଏବଂ ବାହାରକୁ ଆସିବା ପରେ ହାତକୁ ଭଲ ଭାବରେ ଧୁଅନ୍ତୁ । ଯଦି ସମ୍ଭବ ହୁଏ, ଟଏଲେଟ୍ ସିଟ୍ରେ ସାନିଟାଇଜର ବ୍ୟବହାର କରନ୍ତୁ। ଟିସୁ କିମ୍ବା କାଗଜ ଟାୱେଲରେ ଦ୍ୱାର ହ୍ୟାଣ୍ଡେଲ ଖୋଲନ୍ତୁ । ଆପଣଙ୍କ ଅଫିସ୍ ବ୍ୟାଗରେ ସବୁବେଳେ ହ୍ୟାଣ୍ଡ ସାନିଟାଇଜର ଏବଂ ଟଏଲେଟ୍ ସିଟ୍ କଭର ଯେମିତି ହେଲେ ରଖନ୍ତୁ । ଅଫିସ୍ ୱାଶରୁମ୍ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇପାରେ ।