ଭୁବନେଶ୍ୱର ୨୧।୦୫ : ପଞ୍ଚାୟତ ଉପନିର୍ବାଚନ ପାଇଁ ଆସିଲା ତାରିଖ । ଆସନ୍ତା ଜୁନ୍ ୨୩ ତାରିଖରେ ହେବ ପଞ୍ଚାୟତ ନିର୍ବାଚନ । ୪୩ ସରପଞ୍ଚ ପଦ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହାସହିତ ୨୭୨ଟି ଓ୍ୱାର୍ଡ ସଭ୍ୟ ପାଇଁ ବି ହେବ ଉପନିର୍ବାଚନ ।
ତେବେ ଘୋଷଣା ହୋଇଥିବା ତାରିଖ ଅନୁସାରେ, ୨୩ ଜୁନ୍ରେ ୪୩ ସରପଞ୍ଚ, ୨୭୨ ୱାର୍ଡ ସଭ୍ୟ ଉପନିର୍ବାଚନ । ଏଥିପାଇଁ ଆସନ୍ତା ୨୨ ତାରିଖ ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ ଜାରି କରାଯିବ। ଆସନ୍ତା ୨୬, ୨୮, ୨୯ , ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରି ହେବ। ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ। ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ପଞ୍ଚାୟତ ଅଫିସରେ। ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ। ୨୪ ତାରିଖ ସକାଳ ୮ଗରୁ ବ୍ଳକ ଅଫିସରେ ଭୋଟ ଗଣତି ହେବ। ଏନେଇ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି।