ଭକ୍ତଙ୍କ ପାଇଁ ଖୋଲିବ ଡିଜିଟାଲ ହୁଣ୍ଡି, ସହଜରେ ଭକ୍ତ କରିପାରିବେ ଦାନ ଦକ୍ଷିଣା

Published By : Prameya-News7 Bureau | June 07, 2025 IST

ପୁରୀ: ଏଣିକି ଶ୍ରୀ ମନ୍ଦିରକୁ ଦାନ ଦକ୍ଷିଣା ଦେବା ପାଇଁ ଆଉ ଦାତାଙ୍କୁ ପୁରୀ ଆସିବାକୁ ପଡ଼ିବ ନାହିଁ। ଶ୍ରୀ ମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ବିଭିନ୍ନ ବ୍ୟାଙ୍କରେ ମଧ୍ୟ ଡିଜିଟାଲ ହୁଣ୍ଡି ରଖିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏନେଇ ସବୁ ବ୍ୟାଙ୍କର ସିଏମଡିଙ୍କ ସହ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ।

ସେହିପରି ମହାପ୍ରଭୁଙ୍କ ଶୁଖିଲା ଭୋଗ ବିଦେଶକୁ ପଠେଇବା ପାଇଁ ସରକାର ଯୋଜନା କରିଛନ୍ତି। ମୁକ୍ତି ମଣ୍ଡପଙ୍କ ପରାମର୍ଶ କ୍ରମେ ପଦକ୍ଷେପ ଗ୍ରହଣ କରାଯିବ । କିଭଳି କାର୍ଯ୍ୟ ହେବ କଣ କଣ ରହିବ ଗାଇଡଲାଇନ ପାଇଁ ବିଚାର ଚାଲିଛି । ଉତ୍ତର ପ୍ରଦେଶର ଏକ କୁରିୟର ସଂସ୍ଥା ସହ ଏ ସମ୍ପର୍କରେ ଆଲୋଚନା ହୋଇଥିବା କହିଛନ୍ତି ମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.