ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କୁହାଯାଇପାରିବ ନାହିଁ: ଗଜପତି ମହାରାଜ

Published By : Prameya-News7 Bureau | May 26, 2025 IST

ପୁରୀ: ‘‘ଜଗନ୍ନାଥ ମନ୍ଦିରକୁ କୌଣସି ପରିସ୍ଥିତିରେ 'ଧାମ' କୁହାଯାଇପାରିବ ନାହିଁ । ଦେଶରେ ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ ହୋଇନାହିଁ’’ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପ୍ରତିକ୍ରିୟା ଏଭଳି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। 

ଗଜପତି ଆହୁରି କହିଛନ୍ତି, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମାମତା ବାନାର୍ଜୀଙ୍କୁ ଚିଠି ଲେଖି ସାରିଛନ୍ତି। କିପରି ଦୀଘାରୁ 'ଜଗନ୍ନାଥ ଧାମ' ନାମ ଫଳକ ହଟିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଗଜପତି ମହାରାଜା କହିଛନ୍ତି । କାରଣ ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି । ପଶ୍ଚିମବଙ୍ଗ ସରକାର ନିଜେ ଟ୍ରଷ୍ଟ ଗଠନ କରିଛନ୍ତି । କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରିନାହାନ୍ତି । ତେଣୁ ଦୀଘାରୁ 'ଜଗନ୍ନାଥ ଧାମ' ନାମଫଳକ ହଟିବା ଅବଶ୍ୟକ ବୋଲି ଗଜପତି ମହାରାଜା କହିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.