ବଜେଟ୍ କେବଳ ୧୧ଟାରେ କାହିଁକି ଉପସ୍ଥାପିତ ହୁଏ ? ୫୩ ବର୍ଷ ପରେ ହୋଇଥିଲା ପରମ୍ପରାରେ ପରିବର୍ତ୍ତନ

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ ୦୧।୦୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଅର୍ଥାତ୍ ୧ ଫେବୃଆରୀ ୨୦୨୫ରେ କରିବେ ବଜେଟ୍ ଉପସ୍ଥାପନ । ବଜେଟ୍ ଭାଷଣ ସଂସଦରେ ସକାଳ ୧୧ଟାରେ ଆରମ୍ଭ ହେବ । କିନ୍ତୁ ଜାଣନ୍ତି କି ଭାରତରେ କେବଳ ୧୧ଟାରେ କାହିଁକି ଉପସ୍ଥାପନ ହୁଏ ବଜେଟ୍? ଏହା କ’ଣ ଏକ ପରମ୍ପରା? ନା ଆଜ୍ଞା ଏହା କୌଣସି ପରମ୍ପରା ନୁହେଁ । ବ୍ରିଟିଶ ଶାସନ ସମୟରୁ ସନ୍ଧ୍ୟା ୫ଟାରେ ବଜେଟ୍ ଉପସ୍ଥାପନ କରାଯିବାର ରହିଥିଲା ପରମ୍ପରା । 

ଏହା ପଛର କାରଣ ଥିଲା ଯେ ସାରା ରାତି ବଜେଟ୍ ଉପରେ କାମ କରୁଥିବା ଅଧିକାରୀମାନେ ଟିକେ ବିଶ୍ରାମ ନେଇପାରିବେ । ଏହାର ଦ୍ୱିତୀୟ କାରଣ ହେଉଛି ଯେତେବେଳେ ଭାରତରେ ସନ୍ଧ୍ୟା ୫ଟା ଥିଲା, ବ୍ରିଟେନର ରାଜଧାନୀ ଲଣ୍ଡନରେ ସକାଳ ୧୧.୩୦ ସମୟ ଥିଲା। ଆଉ ଏକ ବିଶେଷ କଥା ହେଉଛି ଯେ ୧୯୫୫ ପର୍ଯ୍ୟନ୍ତ ବଜେଟ୍ କେବଳ ଇଂରାଜୀରେ ଉପସ୍ଥାପିତ ହେଉଥିଲା । କିନ୍ତୁ ଏହା ପରେ ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାରେ ଉପସ୍ଥାପିତ ହେଲା ବଜେଟ୍ । 

ତେବେ ଭାରତରେ ସକାଳ ୧୧ଟାରେ ବଜେଟ୍ ଉପସ୍ଥାପନ ହେବା ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସମୟରେ ପରିବର୍ତ୍ତନ ହୋଇଥିଲା । ସେତେବେଳେ ଅର୍ଥମନ୍ତ୍ରୀ ଥିଲେ ଯଶବନ୍ତ ସିହ୍ନା ଏବଂ ସେ ୨୭ ଫେବୃଆରୀ ୧୯୯୯ ଦିନ ସକାଳ ୧୧ଟାରେ ବଜେଟ୍ ଉପସ୍ଥାପନ କରିଥିଲେ। ସନ୍ଧ୍ୟା ୫ଟା ପରେ ବଜେଟ୍ ଉପସ୍ଥାପନ କରିବାର ପରମ୍ପରା ୫୩ ବର୍ଷ ପରେ ହୋଇଥିଲା ପରିବର୍ତ୍ତନ । ସେବେଠାରୁ ପ୍ରତିବର୍ଷ ସକାଳ ୧୧ଟାରେ ଉପସ୍ଥାପନା ହେଉଛି ଦେଶର କେନ୍ଦ୍ରୀୟ ବଜେଟ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.