ରାମପୁର ଦଳିତପଡ଼ାରେ ପଡ଼ାରେ ବ୍ୟାପିଲା ଝାଡାବାନ୍ତି, ଗତ ୮ ଦିନ ମଧ୍ୟରେ ୩ ମୃତ

Published By : Prameya-News7 Bureau | May 26, 2025 IST

ଝାରସୁଗୁଡା ୨୬/୦୫: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ରାମପୁର ଦଳିତପଡ଼ାରେ ପଡ଼ାରେ ଝାଡ଼ାବାନ୍ତି ଆତଙ୍କ l ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ମିଳନ ସାହୁ, ଡମ୍ବରୁଧ ବୁଡ଼ା, ବାସୁଦେବ ତନ୍ତୀ ବୋଲି ଜଣାପଡିଛି । 

ମିଳନଙ୍କ ମୃତ୍ୟୁ ଗତ ୧୮ ତାରିଖରେ ଖଲିଆକାନୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହୋଇଥିଲା। ଗତ ୨୩ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡମ୍ବରୁଧରଙ୍କ ମୃତ୍ୟୁ ହୋଇଥିବାବେଳେ ରବିବାର ବାସୁଦେବଙ୍କ ମୃତ୍ୟୁ ହୋଇଛି । ଏହି ପଡ଼ାର ୧୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । 

ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ, ୫ ଜଣ ମହିଳା ଓ ୪ ଜଣ ଶିଶୁ ରହିଛନ୍ତ । ପଡ଼ାରେ ଥିବା କୂଅର ଦୂଷିତ ପାଣି ପିଇ ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଇଛି । ଏକ ଡାକ୍ତରୀ ଦଳ ଘଟଣା ସ୍ଥଳ କୁ ଯାଇ ସ୍ଥିତି ପରଖିବା ସହ ଉକ୍ତ କୂଅପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି l


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.