ଅନୁଗୁଳ ୩୦/୦୧: ଅନୁଗୁଳ ଜିଲା ତାଳଚେର ସିରିଗିଡା ଗାଁରେ ଡାଇରିଆ ଆତଙ୍କ । ପାଖାପାଖି ୧୦ଟି ପରିବାର ୩୦ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗୋଡିବନ୍ଧ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ମାନେ ଚିକିତ୍ସା ପାଇଁ ପହଞ୍ଚିଛନ୍ତି ।
ସେପଟେ ଗାଁରେ ଚାରି ଜଣିଆ ଡାକ୍ତରୀ ଟିମ ପହଁଚି ସ୍ଥିତି ପରଖିଛନ୍ତି । ତେବେ ଡାକ୍ତରୀ ଟିମ ଓ ଜନସ୍ୱାସ୍ଥ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାଣିର ନମୁନା ସଂଗ୍ରହ କରିବାସହ ଗାଁରେ ଥିବା ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହ ସଚେତନ କରିଛନ୍ତି । ବୁଧବାର ରାତିରେ ୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ତାଳଚେର ମଣ୍ଡାପାଳ ହସ୍ପିଟାଲରେ କରାଯାଇଥିବା ବେଳେ ଏବେ ଚାରିଜଣଙ୍କୁ ଡିସଚାର୍ଜ କରାଯାଇଛି ।
ଏବେ ହସ୍ପିଟାଲ ଜଣେ ମାତ୍ର ରୋଗୀ ଚିକିତ୍ସିତ ଅଛନ୍ତି । ତେବେ ଖବର ପାଇ ତାଳଚେର ବିଧାୟକ ପହଁଚି ସ୍ଥିତି ପରଖିବା ସହ ଆକ୍ରାନ୍ତଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିପାରିବ ସେ ନେଇ ଆଲୋଚନା କରିଥିଲେ । ଗାଁରେ ବ୍ୟବହାର କରୁଥିବା କୂଅ ଓ ନଦୀରୁ ଦିଆଯାଉଥିବା ଯୋଗାଣ ପାଣି ଦୂଷିତ ଜଳରୁ ଡାଇରିଆ ବ୍ୟାପିଥିବା ଆଶଙ୍କା କରାଯାଉଛି ।