ଦିଗପହଣ୍ଡି ୭।୭: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଜନଜାତିବହୁଳ ଦୁର୍ଗମ ଉସ୍ତପଲ୍ଲୀ ଗାଁରେ ଝାଡ଼ାବାନ୍ତିରେ ୧୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ରବିବାର ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ୧୦ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି ।
ଗତ ୪ ଦିନ ହେଲା ଅଞ୍ଚଳରେ ବର୍ଷା ଲାଗି ରହିଛି । ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସୂଚନା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ CDMO, ADMOଙ୍କ ସହ ବ୍ରହ୍ମପୁର ଜିଲ୍ଲାପାଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ହଇଜାର କୌଣସି ଲକ୍ଷଣ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଗୁରୁବାର ଗ୍ରାମର ଦାସ ଶବର ଝାଡ଼ାବାନ୍ତିରେ ଜୀବନ ଯାଇଥିବା ବେଳେ ସୋମବାର ପ୍ରକାଶ ରଇତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ସାନଖେମୁଣ୍ଡି ବ୍ଲକ ତାଳପୁର ଗ୍ରାମର ଗଙ୍ଗା ନାଇକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହେଇଥିଲା । ବର୍ତ୍ତମାନ ଦିଗପହଣ୍ଡିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଗ୍ରାମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ ଏଡିଏମ୍ଓ ପ୍ରମୋଦ କୁମାର ପୃଷ୍ଟି ଓ ଆରଡବ୍ଲୁଏସଏସ ନିର୍ବାହଯନ୍ତ୍ରୀ ବିକାଶ କୁମାର ପତି ।
You Can Read:
ବିଲରେ କାମ କରିବା ହେଲା କାଳ, ବଜ୍ରପାତରେ ଚାଲିଗଲା ଦୁଇ ଜୀବନ