ଯାଜପୁରରେ ଡାଇରିଆ ବ୍ୟାପିବା ଘଟଣା, ସରକାରଙ୍କୁ ବିଜେଡିର ଟାର୍ଗେଟ

Published By : Prameya-News7 Bureau | June 11, 2025 IST

ଯାଜପୁର : ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ଏବେ ରାଜନୀତି ଜୋର ଧରିଛି। ବୁଧବାର ବିଜେଡିର ୧୩ ଜଣିଆ ଟିମ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଛନ୍ତି। ଏଥି ସହ ଯାଜପୁର ଜିଲ୍ଲାପାଳ, ଆରଡିସି ଏବଂ ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି।

ତେବେ ଏହି ଗସ୍ତ ପରେ ଯାଜପୁର ଟାଉନ୍ ସ୍ଥିତ ସର୍କିଟ ହାଉସ ଠାରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରମିଳା ମଲ୍ଲିକଙ୍କ ଅଧକ୍ଷତାରେ ହୋଇଥିବା ଏହି ସାମ୍ବାଦିକ ସମିଳନୀରେ ଘଟଣାକ୍ରମ ଉପରେ ଆଲୋଚନା କରିବା ସହ ସରକାରଙ୍କ ଉପରେ ପଶ୍ନ ଉଠାଇଛି ବିଜେଡି। 

ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ନେତା ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ।  ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିଜେଡି ବିଧାୟିକା ସୁଜାତା ସାହୁ । ଉତ୍ସବରେ ନମାତି ରୋଗୀଙ୍କୁ ଭଲ କରିବା ଦିଗରେ ସରକାର ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.