ନୂଆଦିଲ୍ଲୀ ୨୩/୦୪: ତସ୍କରୀଙ୍କ ନୂଆ ତରିକା । ନୁଡୁଲ୍ସ ପ୍ୟାକେଟରେ ହେଉଥିଲା ଚୋରା ଚାଲାଣ । ଯାଞ୍ଚ ବେଳେ ସାମ୍ନାକୁ ଆସିଲା ଅସଲ ସତ । ୪ କୋଟିର ସୁନା ସହ ମିଳିଲା ୨ କୋଟିର ଡାଇମଣ୍ଡ । ୪ ଅଭିଯୁକ୍ତଙ୍କୁ ବି ଗିରଫ କରିଛି କଷ୍ଟମ୍ସ ବିଭାଗ । ଯାତ୍ରୀଙ୍କ ବ୍ୟାଗରୁ ମଳିଛି ଏହି ଜବତ ସାମଗ୍ରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଯାତ୍ରୀଙ୍କ ଶରୀରରୁ ମିଳିଥିଲା ସୁନା ।
ଅନ୍ତବସ୍ତ୍ରରେ ଲୁଚାଇ ନେଉଥିଲେ ଯାତ୍ରୀ । ସନ୍ଦେହ ନ ହେଉ ବୋଲି ଆପଣାଇଥିଲେ ଏମିତି ତରିକା । ସେପଟେ ବିଶେଷ ସୂତ୍ରରୁ କଷ୍ଟମ ବିଭାଗ ହାତରେ ଲାଗିଥିଲା ସୁରାକ୍ । କଲମ୍ୱୋରୁ ମୁମ୍ୱାଇ ଆସୁଥିବାବେଳେ ଯାତ୍ରୀଙ୍କୁ ମାଡିବସିଥିଲେ ତଦନ୍ତକାରୀ ଅଫିସର । ଯାତ୍ରୀଙ୍କୁ ଧରିବା ପରେ ଆରମ୍ଭ ହୋଇଥିଲା ଯାଞ୍ଚ । ଅଣ୍ଡରଗାର୍ମେଣ୍ଟ୍ସରୁ ମିଳିଥିଲା ୨୪ କ୍ୟାରେଟ୍ ସୁନା । ଯାହାର ଓଜନ ୩୨୧ ଗ୍ରାମ୍ ।
ଅଭିଯୋଗରେ ୧୦ ଜଣଙ୍କୁ ଏୟାର ପୋର୍ଟରେ ଅଟକ ରଖାଯାଇଥିଲା । ତେବେ ୩ ଜଣଙ୍କୁ କରାଯାଇଥିଲା ଗିରଫ । ଗିରଫ ପରେ ଏବେ ସେମାନେ ନ୍ୟାୟିକ ହେପାଜତରେ ଅଛନ୍ତି । ବିମାନବନ୍ଦରରୁ ସୁନା ଧରିପଡିବା କିଛି ନୂଆ କଥା ନୁହେଁ । ଏମିତି ଅନେକ ଥର ହୋଇଛି । ଯାତ୍ରୀମାନେ ବିଭିନ୍ନ ଉପାୟ ଅବଲମ୍ୱନ କରୁଛନ୍ତି । ତଥାପି ରୋକି ହେଉନି ସୁନା ତସ୍କର । ଏବେ ଏହି ଦୌଡରେ ସାମିଲ ହୋଇଛି ହୀରା ।