ପବନରେ ଭାଙ୍ଗିଗଲା ଷ୍ଟାଚ୍ୟୁ ଅଫ୍ ଲିବର୍ଟି : ଝଡ ବାତ୍ୟାରେ ଖସି ପଡିଲା ପ୍ରତିମୂର୍ତ୍ତି, ଦେଖନ୍ତୁ ଭିଡିଓ

NEWS7
dhauli-murder-caseaccused-sentenced-to-life-imprisonment-

ନୂଆଦିଲ୍ଲୀ, ୧୬/୧୨:ଭାଙ୍ଗିଗଲା ଷ୍ଟାଚ୍ୟୁ ଅଫ୍ ଲିବର୍ଟି । ପ୍ରବଳ ପବନରେ ଠିଆ ହୋଇ ରହିଲାନି । ଝଡ ବାତ୍ୟାରେ ଦୋହଲି ଖସି ପଡିଲା । ଏମିତି କିଛି ଘଟିଛି ବ୍ରାଜିଲରେ । ଏଠାରେ ଆମେରିକାରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏକ ଅବିକଳ ନକଲ ରହିଛି । ଯାହା ପ୍ରବଳ ବାତ୍ୟାରେ ଖସି ପଡିଥିବା ଭିଡିଓ ଭାଇରାଲ ହେଉଛି ।

ରିପୋର୍ଟ ଅନୁସାରେ, ବ୍ରାଜିଲର ରିଓ ଗ୍ରାଣ୍ଡ୍ ଡୋ ସୁଲ୍ ରାଜ୍ୟର ଗୁଏବା ସହରରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ପ୍ରତିରୂପ ରହିଛି । ଆମେରିକାର ଥିବା ମୂର୍ତ୍ତି ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଥିଲା । କିନ୍ତୁ ଗତ ଡିସେମ୍ବର୧୫ତାରିଖରେ ସହର ଏକ ଶକ୍ତିଶାଳୀ ଝଡର ସାମ୍ନା କରିଥିଲା । ଯାହାକୁ ପ୍ରତିରୋଧ କରିପାରିନଥିଲା ମୂର୍ତ୍ତି । ପବନର ବେଗ ଅଧିକ ହେଲା ପରେ ଏହା ଭାଙ୍ଗି ଯାଇ ତଳେ ଖସିପଡିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପ୍ରତିମୂର୍ତ୍ତି ଭାଙ୍ଗିବା ସମୟରେ ରାସ୍ତାରେ ଅନେକ ଗାଡି ମଟର ଚଳାଚଳ କରୁଥିଲା । ହେଲେ କାହାର କୌଣସି କ୍ଷତି ହୋଇନାହିଁ । ପବନର ବେଗ ଘଣ୍ଟା ପ୍ରତି୮୦ରୁ୯୦କିଲୋମିଟର ଥିଲା । ମୂର୍ତ୍ତି ଭାଙ୍ଗିବା ପରେ ତୁରନ୍ତ ଏହାକୁ ସେଠାରୁ ହଟାଇ ଦିଆଯାଇଥିଲା । ଫଳରେ ଯାତାୟତ ଉପରେ ସେତେଟା ପ୍ରଭାବ ପଡିନଥିଲା ।

ସ୍ଥାନୀୟ ମେୟରଙ୍କ କହିବାନୁସାରେ, ଲଘୁଚାପ ପ୍ରଭାବରେ ଝଡ ବାତ୍ୟା ହୋଇଥିଲା । ଯାହା ସ୍ଥାନୀୟ ଅଞ୍ଚଳରେ କିଛି ଘର ଏବଂ ଗଛକୁ ଭାଙ୍ଗି ପକାଇଛି । ଏବେ ପବନର ପ୍ରଭାବ ନଥିଲେ ବି ବର୍ଷା ଜାରି ରହିଛି । କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ଥିବା ମେୟର କହିଛନ୍ତି ।