ସରକାରୀ ବାଲିଘାଟକୁ ନେଇ ମୁହାଁମୁହିଁ ପରିସ୍ଥିତି, ଅଧାରୁ ବନ୍ଦ ହେଲା ଜନଶୁଣାଣି

NEWS7
dhamnagar-nac-corona-rules-strict

ଜଳେଶ୍ବର ୨୭।୨: ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ଶିବିର । ସରକାରୀ ବାଲିଘାଟକୁ ନେଇ ଜଳେଶ୍ବର ଠାରେ ସର୍ବସାଧାରଣ ଜନଶୁଣାଣି ବେଳେ ମୁହାଁମୁହିଁ ହୋଇଥିଲେ ସପକ୍ଷବାଦୀ ଓ ବିପକ୍ଷବାଦୀ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିଲେ ବି ଗଣ୍ଡଗୋଳ ଯୋଗୁଁ ବନ୍ଦ ହେଲା ଜନଶୁଣାଣି ।

ଏ ଖବର ବି ପଢ଼ନ୍ତୁ:-ହୋର୍ଡିଂ ଟ୍ରାଜେଡି ପରେ BMC କମିଶନରଙ୍କ ବଡ଼ ବୟାନ, କହିଲେ ଏଣିକି କରିବାକୁ ପଡ଼ିବ ଏହି କାମ

କଥା କଥା କେ ଉତ୍ତେଜନା, ମୁହାଁମୁହିଁ ଓ ଗଣ୍ଡଗୋଳ । କେହି କାହା କଥା ଶୁଣିବାକୁ ନାରାଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ବର ଜିଲ୍ଲା ଜଳେଶ୍ବର ମହମ୍ମଦ ନଗର ପାଟଣା ପଞ୍ଚାୟତର । ଯେଉଁଠି ସୁବର୍ଣ୍ଣରେଖା ନଦୀର ସେକରାଇ ବାଲିଘାଟକୁ ନେଇ ଚାଲିଥିଲା ଜନଶୁଣାଣି । ଯେଉଁଠି ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ଜଳେଶ୍ବର ତହସିଲଦାର ସତ୍ୟଜିତ୍ ମହାନ୍ତି, SDPO ମାନସ ଦେଓ । ସ୍ଥାନୀୟ ଅଂଚଳରେ ବାଲି ଚୋରି ରୋକିବା, ଗରିବ ଲୋକମାନେ ଆବାସ ଘର ନିର୍ମାଣ ପାଇଁ କେମିତି କମ୍ ମୂଲ୍ୟରେ ବାଲି ପାଇବେ, ବାଲି ଘାଟ ପାଇଁ ସ୍ଥାନୀୟ ଲୋକେ କେମିତି ରୋଜଗାର ପାଇବେ ତାକୁ ନେଇ ଚାଲିଥିଲା ଜନଶୁଣାଣି । ଏହି ଜନ ଶୁଣାଣିରେ ଯୋଗ ଦେଇଥିଲେ ଆଖପାଖ ୮ଟି ପଞ୍ଚାୟତର ପ୍ରାୟ ୫ଶହରୁ ଅଧିକ ଲୋକ । ଏମାନଙ୍କ ଭିତରୁ କିଛି ଲୋକ ବାଲି ଘାଟ ନିଲାମକୁ ବିରୋଧ କରିଥିବା ବେଳେ ଆଉ କିଛି ବାଲି ଖାଦାନ ଚାଲିବା ସପକ୍ଷରେ ମତ ରଖିଥିଲେ । ତେବେ ଏହା ଭିତରେ ବାଲିଘାଟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ପ୍ରଥମେ ଯୁକ୍ତିତର୍କ ଓ ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ହାତାହାତି ପର୍ଯ୍ୟନ୍ତ କଥା ଯିବାକୁ ସ୍ଥାନୀୟ ଅଂଚଳରେ ସୃ୍ଷ୍ଟି ହୋଇଥିଲା ଉତ୍ତେଜନା । ପୋଲିସ ଉପସ୍ଥିତିରେ କିଛି ଲୋକ ଆରମ୍ଭ କରିଦେଇଥିଲେ ଗଣ୍ଡଗୋଳ । ପରସ୍ପରକୁ ଆକ୍ରମଣ ଉଦ୍ୟମ ଓ ଉତ୍ତେଜନାକୁ ଦେଖି ଅଧାରୁ ବନ୍ଦ ହୋଇଥିଲା ଜନଶୁଣାଣି । ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି ।