ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

Published By : Prameya-News7 Bureau | June 11, 2025 IST

କୋରାପୁଟ ୧୧ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସମ୍ପନ୍ନ ହୋଇଛି । ବୁଧବାର ସକାଳେ ନିକଟସ୍ଥ ସୁନା କୂଅରୁ ପବିତ୍ର ସ୍ନାନ ନିମନ୍ତେ ମହିଳା ଓ ପୁରୁଷ ସେବାୟତ ମାନେ ୧୦୮ କଳସରେ ଜଳ ସଂଗ୍ରହ କରି ସ୍ନାନ ମଣ୍ଡପକୁ ଆଣିଥିଲେ । ଅନ୍ନ ଭୋଗ ଆଦି କର୍ମ ଶେଷ ହେବା ପରେ ମନ୍ଦିରରୁ ଠାକୁର ମାନଙ୍କୁ ଧାଡ଼ି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ସ୍ନାନ ମଣ୍ଡପରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁର ମାନଙ୍କୁ ସ୍ନାନ କରାଯାଇଥିଲା । ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସଭାପତି କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ୱାସନ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ସ୍ନାନଯାତ୍ରାରେ ସାମିଲ ହୋଇଥିଲେ । ତାପରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରିଥିଲେ । ସୁସଜ୍ଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ମଣ୍ଡପରେ ଆଳତି ଦେଖି ଭକ୍ତ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଭବାନୀ ଶଙ୍କର ଆଚାର୍ଯ୍ୟ ସମସ୍ତ ନୀତିକାନ୍ତି ଦେଖିବା ସହ ମହାପ୍ରଭୁଙ୍କୁ ସ୍ନାନ ଯାତ୍ରା କିଭଳି ସୂଚାରୁରୂପେ ପାଳନ ହେବ ସେନେଇ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ । ଜିଲ୍ଲା ପ୍ରଶାସନ, ପୋଲିସ, କମିଟିର ସଦସ୍ୟ ଓ ସେବାୟତ ମାନଙ୍କ ସହାୟତାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି । 

You Can Read:

ଏକା ସଙ୍ଗେ CRPF ଯବାନ ଓ ଓକିଲଙ୍କ ଘରୁ ଲୁଟ୍, ମାଷ୍ଟର କି’ରେ ଘର ତାଲା ଖୋଲି ଲୁଟିଲେ ଦୁର୍ବୃତ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.