ନିଶା ସଜାଇଲା ହତ୍ୟାକାରୀ, ମା’ଙ୍କୁ ପେଟ୍ରୋଲ ଢ଼ାଳି ଜାଲିଦେଲା ପୁଅ

NEWS7
deputy-cm-kanak-vardhan-singh-deo-visits-binika-of-sonepur

ଭଦ୍ରକ ୪।୧୨: ନିଶା ପାଇଁ ନିର୍ମମ କାଣ୍ଡ । ମା’କୁ ପେଟ୍ରୋଲ ଢ଼ାଳି ପୁଅ ଜାଳିଦେଇଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ନିଶା ଖାଇବାକୁ ମା’ଙ୍କୁ ପଇସା ମାଗିଥିଲା ପୁଅ । କିନ୍ତୁ ମା’ ପଇସା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ପେଟ୍ରୋଲ ଢାଳି ଜାଳିଲା ପୁଅ । ଗୁରୁତର ମା’ ଜ୍ୟୋସ୍ନା ନାୟକଙ୍କୁ ସ୍ଥାନୀୟ ଗ୍ରାମବାସୀ ମାନେ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଥିବା ସୂଚନା ମିଳିଛି ।