ଭୁବନେଶ୍ୱର : ରାଜଧାନୀକୁ ସୁନ୍ଦର ଓ ସବୁଜ ବନାନୀ କରିବାକୁ ଏକ ନିଆରା ପ୍ରୟାସ କରାଯାଇଛି। ସହରାଞ୍ଚଳରେ ବୁଲିବ ସଚେତନତା ରଥ । ଯାହାର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କୃଷି ଭବନରେ ଏହି ସଚେତନତା ରଥକୁ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଛନ୍ତି ।
ଏହି ରଥଟି ସହରାଞ୍ଚଳରେ ଛାତ ବଗିଚାର ଉପାଦେୟତା ସମ୍ପର୍କରେ ବିଭିନ୍ନ ସଚେତନ କରିବ । ସହରରେ ସବୁ ଘର ଉପରେ ରୁଫ୍ ଟପ୍ ଗାର୍ଡେନ କରିବାର ଲକ୍ଷ ରଖାଯାଇଛି । ଯେଉଁଥିପାଇଁ ଏମିତି ଏକ ପ୍ରୟାସ କରାଯାଇଛି। ସେଥିପାଇଁ ନୀଳାଦ୍ରି ବିଜେ ଉପଲକ୍ଷେ ଏଭଳି ଏକ ମହତ ଓ ଜନ ହୀତକାରୀ କାମ ଆରମ୍ଭ କରାଯାଇଛି।
ତେବେ ଛାତ ଉପରେ ବଗିଚା କରିବା ଦ୍ଵାରା ନିଜେ ପନିପରିବା ଫଳ ଉତ୍ପାଦନ କରି ଖାଇପାରିବେ। ଏମିତି କି ଏହାକୁ ବିକ୍ରି ମଧ୍ୟ କରିପାରିବେ । ଏଭଳି ବିକ୍ରି ପାଇଁ କୃଷି ବିଭାଗର ସହଯୋଗ ରହିବ। ରୁଫ ଟପ୍ ହୋମ ଗାର୍ଡେନ ପାଇଁ କୃଷି ବିଭାଗ ସମସ୍ତ ପ୍ରସ୍ତୁତିର ସୂତ୍ର ସମ୍ପର୍କରେ ମଧ୍ୟ ଅବଗତ କରାଇବେ । ଏମିତି କି ଲିଫ ପ୍ଲେଟ ବଣ୍ଟା ଯିବ। ତେଣୁ ରାଜଧାନୀବାସୀ ଏମିତି ଏକ ଅଭିଯାନରେ ସାମିଲ୍ ହେବାକୁ ଦିଆଯାଇଛି ବାର୍ତ୍ତା।